Good mood: ତାରାଙ୍କ ମନ ଭଲନାହିଁ
"ଟକ୍ସିକ"କୁ ନେଇ ତାରା ସୁତାରିଆ ଯେତିକି ଉତ୍ସାହିତ ଥିଲେ, ସେତିକି ଫଳ ତାଙ୍କୁ ମିଳିଲା ନାହିଁ।
ଗାୟିକା-ନାୟିକା ତାରା ତିନି ବର୍ଷର ବ୍ୟବଧାନ ପରେ "ଟକ୍ସିକ୍" ଜରିଆରେ ଦର୍ଶକଙ୍କ ସାମ୍ନାକୁ ଅାସିଲେ, କିନ୍ତୁ ଯେତିକି ପ୍ରଭାବ ଜମେଇବା କଥା, ସେତିକି ଜମେଇ ପାରିଲେ ନାହିଁ।
କାରଣ ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ "ଟକ୍ସିକ୍" ସିନେସମୀକ୍ଷକଙ୍କ ଦ୍ବାରା ବହୁଭାବରେ ସମାଲୋଚିତ ହୋଇଥିଲା।
କନ୍ନଡ଼ ସୁପରଷ୍ଟାର ୟଶଙ୍କ ସହ ଏଥିରେ ତାରା ସୁତାରିଆ, କିଆରା ଆଡ଼ଭାନୀ, ନୟନତାରା, ହୁମା କ୍ୟୁରେସି ଓ ରୁକ୍ମିଣୀ ବସନ୍ତ ପ୍ରମୁଖ କଳାକାର ଥିଲେ ବି ବକ୍ସ ଅଫିସ୍ରେ ବଡ଼ କରିସ୍ମା ଦେଖାଇ ପାରି ନଥିଲା "ଟକ୍ସିକ୍"।
ତାରାଙ୍କ ଅଭିନୟ କ୍ୟାରିଅର୍ ପାଇଁ ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ।
ଏଇ କାରଣରୁ ତାରାଙ୍କ ମନ ଟିକେ ଦୁଃଖ ଅଛି ବୋଲି ଚର୍ଚ୍ଚା ହେଉଛି।
Advertisment Dr Ashutosh Mahapatra: ନୋବେଲ୍ ବିଜେତାଙ୍କ ସହ ଡ.
ମହାପାତ୍ରଙ୍କ ଆଲୋଚନା ୨୦୧୯ରେ "ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ୨" ଜରିଆରେ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ ତାରା।
ଏହି ସିନେମା ପାଇଁ ସେ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବରେ ଜୀ ସିନେ ଆୱାର୍ଡ ମଧ୍ୟ ପାଇଥିଲେ।
ଏହାପରେ ସେ "ମରଜାୱାଁ" ଓ "ଏକ୍ ଭିଲେନ୍ ରିଟର୍ଣ୍ଣସ୍" ଭଳି ଆକ୍ସନ୍ ଫିଲ୍ମରେ ମୁଖ୍ୟ ନାୟିକା ଭୂମିକା ତୁଲାଇଥିଲେ।
୨୦୨୩ରେ ସର୍ଭାଇଭାଲ୍ ଥ୍ରିଲର୍ "ଅପୂର୍ବା"ରେ ତାରାଙ୍କୁ ଏକ ଦମ୍ଦାର ଭୂମିକାରେ ଦେଖିବାକୁ ମିଳିଥିଲା।
ତେବେ ତାରା ଜଣେ ସୁଗାୟିକା ମଧ୍ୟ।
ସେ ୨୦୧୦ରେ ଡିଜ୍ନି ଇଣ୍ଡିଆର ରିୟଲିଟି ସୋ" "ବିଗ୍ ବଡା ବୁମ୍" ଜରିଆରେ ଜଣେ ଗାୟିକା ଭାବେ ମନୋରଞ୍ଜନ ଶିଳ୍ପକୁ ଆସି ପରେ ଅଭିନୟ କରିଥିଲେ।
Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।