Dhenkanal Gajalaxmi Visarjan: ଗଜଲକ୍ଷ୍ମୀ ଭସାଣ ବେଳେ ରଣକ୍ଷେତ୍ର ପାଲଟିଲା ଢେଙ୍କାନାଳ! ପୋଲିସ ଲାଠିଚାର୍ଜରେ ୨ ଶିଶୁ ଆହତ

Nov 05, 2026 - 08:24
Dhenkanal Gajalaxmi Visarjan: ଗଜଲକ୍ଷ୍ମୀ ଭସାଣ ବେଳେ ରଣକ୍ଷେତ୍ର ପାଲଟିଲା ଢେଙ୍କାନାଳ! ପୋଲିସ ଲାଠିଚାର୍ଜରେ ୨ ଶିଶୁ ଆହତ

ଢେଙ୍କାନାଳ ଗଜଲକ୍ଷ୍ମୀ ଭସାଣ ବେଳେ ଖଣ୍ଡଯୁଦ୍ଧ।

ଭସାଣ ଶୋଭାଯାତ୍ରା ବେଳେ ଅଶାନ୍ତ ହେଲା ଢେଙ୍କାନାଳ ସହର।

ପୋଲିସ ଓ ଜନତାଙ୍କ ମଧ୍ୟରେ ଦେଖାଦେଲା ତୀବ୍ର ଉତ୍ତେଜନା।

ପୋଲିସ ଲାଠିଚାର୍ଜରେ ୨ ଶିଶୁଙ୍କ ସମେତ ଅନେକ ଆହତ ହୋଇଥିବା ଅଭିଯୋଗ।

Advertisment ଗତକାଲି ମିଳିତ ବଜାର ପୂଜା କମିଟି ପକ୍ଷରୁ ଚାଲିଥିଲା ମିଳିତ ଭସାଣ ଶୋଭାଯାତ୍ରା।

ରାତି ୧୧ଟା ପରେ କାଞ୍ଚନ ବଜାରରୁ ବାଜିଚୌକ ପର୍ଯ୍ୟନ୍ତ ମେଢ଼ ଶୋଭାଯାତ୍ରା ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ଜମିଥିଲା ଶତାଧିକ ଲୋକଙ୍କ ଭିଡ଼।

ତେବେ ନିର୍ଦ୍ଧାରିତ ସମୟଠାରୁ ମେଢ଼ଗୁଡ଼ିକ ବିଳମ୍ବରେ ଯାଉଥିବାରୁ ପୋଲିସ ହଠାତ୍ ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି।

ଏଥିରୁ ବାଦ୍ ପଡ଼ିନାହାନ୍ତି ଛୋଟ ପିଲା ଓ ମହିଳା।

ବଜାର କମିଟି ସଦସ୍ୟଙ୍କ ସହ ଲାଇଟ୍ ଧରିବାକୁ ଆସିଥିବା ଶ୍ରମିକମାନେ ମଧ୍ୟ ପୋଲିସ ମାଡ଼ରେ ଆହତ ହୋଇଥିବା ଅଭିଯୋଗ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଢେଙ୍କାନାଳ ବାର୍ ଆସୋସିଏସନର ସଭାପତି ଓ ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅନ୍ୟପଟେ, ଏହି ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଢେଙ୍କାନାଳ ଏସପି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।