Dhoni-CSK Relationship Under Spotlight: ସିଏସକେ ଅଂଶଧନ କିଣିବା ଧୋନିଙ୍କ ଯୋଜନା ବିଫଳ, ଭବିଷ୍ୟତକୁ ନେଇ ବଢ଼ିଲା ସସ୍ପେନ୍ସ
ଆଇପିଏଲ୍ରେ ମହେନ୍ଦ୍ର ସିଂ ଧୋନି ଓ ଚେନ୍ନାଇ ସୁପର କିଙ୍ଗ୍ସ, ଏହି ଦୁଇ ନାଁ ଦୀର୍ଘଦିନ ଧରି ପରସ୍ପର ସହ ଜଡ଼ିତ। କିନ୍ତୁ ଏବେ ଏହି ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ରିପୋର୍ଟ ଅନୁସାରେ, CSKରେ ଅଂଶଧନ କିଣିବାକୁ ଧୋନିଙ୍କ ଆଲୋଚନା ଶେଷରେ ବିଫଳ ହୋଇଛି।
ରିପୋର୍ଟ ଅନୁସାରେ, ଧୋନି CSK ଫ୍ରାଞ୍ଚାଇଜିର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଚାହୁଁଥିଲେ। ତେବେ ଟିମ୍ ମାଲିକଙ୍କ ପକ୍ଷରୁ ମାତ୍ର ୩ ପ୍ରତିଶତ ଅଂଶଧନ ଦେବାର ପ୍ରସ୍ତାବ ରହିଥିବା କୁହାଯାଇଛି। ପରେ ଧୋନି ତାଙ୍କ ଦାବିକୁ ୨୦ ପ୍ରତିଶତକୁ କମାଇଥିଲେ, କିନ୍ତୁ ମ୍ୟାନେଜମେଣ୍ଟ ୪ ପ୍ରତିଶତର ପ୍ରସ୍ତାବ ଦେଇଥିବା ରିପୋର୍ଟରେ ଦାବି କରାଯାଇଛି।
ଏହାପରେ ଧୋନି ୧୮ ପ୍ରତିଶତ ଅଂଶଧନରେ ରାଜି ହୋଇଥିଲେ ମଧ୍ୟ CSK ପକ୍ଷରୁ ମାତ୍ର ୫.୫ ପ୍ରତିଶତ ଦେବାକୁ ପ୍ରସ୍ତାବ ଆସିଥିବା କୁହାଯାଇଛି। ଦୁଇ ପକ୍ଷ ମଧ୍ୟରେ ସହମତି ନ ହେବାରୁ ଆଲୋଚନା ଭାଙ୍ଗିଯାଇଥିବା ରିପୋର୍ଟରେ ଦାବି କରାଯାଇଛି।
ଧୋନିଙ୍କ CSK ସହ ସମ୍ପର୍କ ଆଇପିଏଲ୍ର ପ୍ରଥମ ସିଜିନ୍ ୨୦୦୮ରୁ ରହିଆସିଛି। ତାଙ୍କ ନେତୃତ୍ୱରେ CSK ୫ ଥର IPL ଚାମ୍ପିଅନ୍ ହୋଇଛି। ତେଣୁ ଅଂଶଧନକୁ ନେଇ ଆଲୋଚନା ବିଫଳ ହେବା ଖବର ଧୋନି ଓ CSK ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି।
ଏପଟେ IPL ୨୦୨୫ ଅକ୍ସନ୍ ପୂର୍ବରୁ CSK ଧୋନିଙ୍କୁ ୪ କୋଟି ଟଙ୍କାରେ ରିଟେନ୍ କରିଥିଲା। କିନ୍ତୁ IPL ୨୦୨୬ ସିଜିନ୍ରେ ଲଗାତାର ଇଞ୍ଜୁରି କାରଣରୁ ସେ ଗୋଟିଏ ମ୍ୟାଚ୍ ମଧ୍ୟ ଖେଳିନଥିଲେ।
ଏବେ ସମସ୍ତଙ୍କ ନଜର IPL ୨୦୨୭ ଉପରେ। ଅଂଶଧନକୁ ନେଇ ହୋଇଥିବା ଏହି ଆଲୋଚନା ବିଫଳତା ଧୋନିଙ୍କ ଆଗାମୀ IPL ଭବିଷ୍ୟତକୁ ପ୍ରଭାବିତ କରିବ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେବେ ଧୋନି-ସିଏସ୍କେ ସମ୍ପର୍କରେ ଏହି ଖବର ନିଶ୍ଚିତ ଭାବେ ଫ୍ୟାନ୍ମାନଙ୍କ ଚିନ୍ତା ବଢ଼ାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।