Serious Allegations Against Bank Employee Over Insurance Payouts: ବୀମା ଟଙ୍କା ହଡ଼ପ ଅଭିଯୋଗ, ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
କୋଇଡ଼ାରେ ବୀମା ଟଙ୍କା ହଡ଼ପ ଅଭିଯୋଗ। ଆଦିବାସୀ ବିଧବା ମହିଳାଙ୍କ ଠାରୁ ବୀମା ଟଙ୍କା ହଡ଼ପ କରିନେଉଥିଲେ ବ୍ୟାଙ୍କ କର୍ମଚାରୀ। କାହାଠୁ ୨୦ ହଜାର ତ କାହାଠାରୁ ୨୫ ହଜାର ଟଙ୍କା ନେଇ ଯାଉଥିବା ଅଭିଯୋଗ ହୋଇଛି। କୋଇଡାରୁ ଆସିଛି ଏମିତି ଏକ ସଙ୍ଗୀନ ଅଭିଯୋଗ। ପ୍ରଧାନମନ୍ତ୍ରୀ ବୀମା ଯୋଜନାର ଟଙ୍କା କରାଇଦେବାକୁ କହି ଆଦିବାସୀ ବିଧବା ମହିଳାଙ୍କ ଘରେ ପହଞ୍ଚୁଥିଲେ ଜଣେ ବ୍ୟାଙ୍କ କର୍ମଚାରୀ। ପରେ ମହିଳାଙ୍କ ସହ ଜୋରଜବରଦସ୍ତ ସେଲ୍ଫି ନେବା ସହ ବୀମା ଟଙ୍କା ଆକାଉଣ୍ଟକୁ ଆସିବା ପରେ ଟଙ୍କା ଉଠାଇ ନେଉଥିଲେ।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ର କେ.ବଲାଙ୍ଗ ଥାନା ଅଞ୍ଚଳର ତିନି ଜଣ ମହିଳା ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗର ସତ୍ୟତା ଜାଣିବାକୁ ଓଟିଭି ପ୍ରତିନିଧି ମହିଳାମାନଙ୍କ ସହ ସମ୍ପୃକ୍ତ ବ୍ୟାଙ୍କ ଶାଖାରେ ପହଞ୍ଚିଥିଲୁ। ସେଠାରେ ଅଭିଯୋଗ ସମ୍ପର୍କରେ ପଚରାଉଚରା ବେଳେ ସମ୍ପୃକ୍ତ କର୍ମଚାରୀ ପବିତ୍ର ବେହେରା ଅଭିଯୋଗକୁ ସ୍ୱୀକାର କରିଥିଲେ। ତେବେ ଏହି ଅଭିଯୋଗ ଉପରେ ତଦନ୍ତ କରି କଡା ଆକ୍ସନ ନିଆଯିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି। ....
ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଅଭିଯୋଗ
କୋଇଡ଼ାରେ ବୀମା ଟଙ୍କା ହଡ଼ପ ଅଭିଯୋଗ
ଆଦିବାସୀ ବିଧବା ମହିଳାଙ୍କ ଠାରୁ ଟଙ୍କା ହଡ଼ପ
ବୀମା ଟଙ୍କା ଆସିବା ପରେ ଉଠାଇ ନେଉଥିଲେ ବ୍ୟାଙ୍କ କର୍ମଚାରୀ
ବୀମା ଟଙ୍କାରୁ ଜୋରଜବରଦସ୍ତ ନେଇଯାଇଥିବା ଅଭିଯୋଗ
କୋଇଡ଼ାରେ ବୀମା ଟଙ୍କା ହଡ଼ପ ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।