Diarrhoea Scare in Sankhemundi Block: ଭୋଜି ଖାଇବା ପରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ।୨୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଡାମାରି ପଞ୍ଚାୟତ ମାର୍ଥାପୁର ଗାଁର ଭରତ ମଳିକଙ୍କର ଗତ ୧୫ ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା। ଭରତଙ୍କ ଦ୍ୱାଦଶାହ ଭୋଜି ଖାଇବା ପରେ ମାର୍ଥାପୁରର ପାଞ୍ଚ ଜଣ ଏବଂ ଧରାକୋଟ ବ୍ଲକ ସାବା ପଞ୍ଚାୟତ ପଟାଶାଳ ଗାଁର ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗ ଟିମ ଗାଁରେ ପହଞ୍ଚି ଝାଡ଼ାବାନ୍ତିର କାରଣ ଖୋଜୁଛି ।
ସେପଟେ ମାର୍ଥାପୁରରେ ପହଞ୍ଚିଛି ସ୍ବାସ୍ଥ୍ୟ ବିଭାଗର ଟିମ। ଗାଁରେ ଥିବା ପାନୀୟ ଜଳର ଉତ୍ସ ଗୁଡିକୁ ଯାଞ୍ଚ କରିଛନ୍ତି। ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।... ମାର୍ଥାପୁର ଗାଁ ରେ ଥିବା ଜଳଉତ୍ସ ଗୁଡ଼ିକ ଯାଞ୍ଚ କରାଯାଉଛି। ନଳକୂପ, ପାଣି ଟାଙ୍କି ବୁଲି ଯାଞ୍ଚ କରିବା ସହିତ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରୁଛନ୍ତି (RWSS) ପାନୀୟ ଜଳ ସେଚନ ବିଭାଗ କର୍ମଚାରୀ। ଯେଉଁଠି ଭୋଜି ଖାଇ ଅସୁସ୍ଥ ହୋଇ ଝାଡ଼ାବାନ୍ତି ବ୍ୟାପିଛି ସେଠାକୁ ଯାଇ ପରିବାର ସହିତ ଆଲୋଚନା କରୁଛନ୍ତି। ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି। ....
ଝାଡ଼ାବାନ୍ତିରେ ଆଉ ଜଣେ ମୃତ
ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ରାଜନାପଲ୍ଲିରେ ଝାଡ଼ାବାନ୍ତିରେ ମୃତ୍ୟୁ
କାଲି ଝାଡ଼ାବାନ୍ତିରେ ମାର୍ଥାପୁର ଗାଁର ଜଣଙ୍କ ମୃତ୍ୟୁ ହୋଇଥିଲା, ୪ ଗୁରୁତର
୨ ମୃତକ ଓ ଗୁରୁତର ୪ ଜଣ ନିକଟରେ ଜଣଙ୍କ ଦ୍ୱାଦଶାହ ଭୋଜି ଖାଇଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।