Dies At 71: ଚାଲିଗଲେ ବଙ୍ଗୀୟ ଅଭିନେତ୍ରୀ ମିଥୁ ମୁଖାର୍ଜୀ, ୭୧ ବର୍ଷରେ ପରଲୋକ

Sep 21, 2026 - 18:10
Dies At 71: ଚାଲିଗଲେ ବଙ୍ଗୀୟ ଅଭିନେତ୍ରୀ ମିଥୁ ମୁଖାର୍ଜୀ, ୭୧ ବର୍ଷରେ ପରଲୋକ

"ମୁମ୍ବାଇ: ବଙ୍ଗୀୟ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତ୍ରୀ ମିଥୁ ମୁଖାର୍ଜୀଙ୍କ ପରଲୋକ ଘଟିଛି।

୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଦୀର୍ଘ ସମୟ ଧରି କ୍ୟାନସର ସହ ଲଢ଼େଇ କରୁଥିବା ଅଭିନେତ୍ରୀଙ୍କ ମୃତ୍ୟୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୋଇଥିବା ଜଣାପଡ଼ିଛି।

ତାଙ୍କ ବିୟୋଗରେ ବଙ୍ଗୀୟ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ମିଥୁ ମୁଖାର୍ଜୀ ୧୯୭୦ ଓ ୧୯୮୦ ଦଶକରେ ବଙ୍ଗୀୟ ସିନେମାର ଏକ ପରିଚିତ ଚେହେରା ଥିଲେ।

ତାଙ୍କ ଅଭିନୟ ଓ ପରଦା ଉପସ୍ଥିତି ଦର୍ଶକଙ୍କ ମଧ୍ୟରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ପରବର୍ତ୍ତୀ ସମୟରେ ସେ ଅଭିନୟ ଜଗତରୁ ଦୂରେଇ ରହିଥିଲେ ଏବଂ ସାର୍ବଜନୀନ ଜୀବନରେ ତାଙ୍କ ଉପସ୍ଥିତି କମିଯାଇଥିଲା।

Advertisment କ୍ୟାନସରରେ ପୀଡ଼ିତ ଥିଲେ ଅଭିନେତ୍ରୀ ୧୯୭୨ ମସିହାରେ ଚିତ୍ତ ବୋସଙ୍କ ନିର୍ଦ୍ଦେଶିତ ବଙ୍ଗୀୟ ଚଳଚ୍ଚିତ୍ର "ଶେଷ ପର୍ବ" ଜରିଆରେ ମିଥୁ ମୁଖାର୍ଜୀ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ଏହା ପରେ ଦୀନେନ ଗୁପ୍ତାଙ୍କ "ମର୍ଜିନା ଅବଦୁଲ୍ଲା" ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ନଜରକୁ ଆସିଥିଲେ।

ବଙ୍ଗୀୟ ସିନେମା ସହିତ ମିଥୁ ମୁଖାର୍ଜୀ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। "ନିଶିକନ୍ୟା", "ମୌଚାକ" ଓ "ସ୍ୱୟଂସିଦ୍ଧା" ଭଳି ବଙ୍ଗୀୟ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଉଲ୍ଲେଖନୀୟ ଥିଲା।

ଏଥିସହିତ "ସଫେଦ ଝୁଠ" ଓ "ଦିଲ୍ଲଗୀ" ଭଳି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ।

ଅଭିନେତ୍ରୀଙ୍କ ଦେହାନ୍ତ ଖବର ପ୍ରଚାର ପାଇବା ପରେ ଚଳଚ୍ଚିତ୍ର ଜଗତରୁ ଶୋକବାର୍ତ୍ତା ଆସିବାରେ ଲାଗିଛି।

ଅଭିନେତା ପ୍ରସେନଜିତ ଚଟ୍ଟୋପାଧ୍ୟାୟ ସୋସିଆଲ ମିଡିଆରେ ମିଥୁ ମୁଖାର୍ଜୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ତାଙ୍କ ଅଭିନୟ ଓ ସ୍ମୃତି ସବୁବେଳେ ମନେ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍  ମଧ୍ୟ ବରିଷ୍ଠ ଅଭିନେତ୍ରୀଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇଛି।

ବଙ୍ଗୀୟ ଓ ହିନ୍ଦୀ ସିନେମାରେ ମିଥୁ ମୁଖାର୍ଜୀଙ୍କ ଅବଦାନକୁ ସଂଗଠନ ସ୍ମରଣ କରିଛି।

ତାଙ୍କ ଅଭିନୟ ଯାତ୍ରା ଓ ସ୍ମରଣୀୟ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଦୀର୍ଘଦିନ ଧରି ଜୀବନ୍ତ ରହିବ।

Jersey Gift: ଅଭିଷେକଙ୍କୁ ଜର୍ସି ଉପହାର ଦେଲେ ରାହୁଲ ଦ୍ରାବିଡ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।