Ships At Sea: ସମୁଦ୍ର ମଝିରେ ଦୁଇ ବିଶାଳ ଜାହାଜ ମଧ୍ୟରେ ଭୟାବହ ଧକ୍କା

Sep 21, 2026 - 17:47
Ships At Sea: ସମୁଦ୍ର ମଝିରେ ଦୁଇ ବିଶାଳ ଜାହାଜ ମଧ୍ୟରେ ଭୟାବହ ଧକ୍କା

"ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି।

ଭିଡିଓରେ ସମୁଦ୍ର ମଝିରେ ଦୁଇଟି ବିଶାଳ ଜାହାଜ ପରସ୍ପର ସହ ଧକ୍କା ହେଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରେ ହଠାତ୍ ପଛପଟୁ ଏକ ବଡ଼ ଜାହାଜ ଆସି ଆଗରେ ଯାଉଥିବା ଜାହାଜକୁ ଧକ୍କା ଦେଉଛି।

ଏହାପରେ ଜାହାଜ ଭିତରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଉଛି ।

କିଛି ସମୟ ମଧ୍ୟରେ ଜାହାଜର ଆଗ ଭାଗ ପାଣିରେ ବୁଡ଼ିବା ଆରମ୍ଭ କରୁଛି।Advertisment ଚାରିଆଡ଼େ ଚିତ୍କାର, ପାଣିରେ ବୁଡ଼ିବାକୁ ଲାଗିଲା ଜାହାଜ ଏହି ଭିଡିଓକୁ "kaswaradana" ନାମକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ସେୟାର କରାଯାଇଛି।

ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଅନେକ ୟୁଜର ଏହାକୁ ଲାଇକ୍‌ ମଧ୍ୟ କରିଛନ୍ତି।

ଭିଡିଓ ଦେଖି ୟୁଜରମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ୟୁଜର କହିଛନ୍ତି ଯେ ଭିଡିଓ ଦେଖି ତାଙ୍କର ହୋସ୍‌ ଉଡ଼ିଯାଇଛି।

ଅନ୍ୟ ଜଣେ ଏହାକୁ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ ବୋଲି କହିଛନ୍ତି।

ଭତ୍ତା ପାଇଁ ଆସିଥିଲେ, ନିରାଶ ହୋଇ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ବୃଦ୍ଧାଙ୍କ ଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।