Digital IDs: ୧୧ କୋଟି କୃଷକଙ୍କୁ ମିଳିଲା ଡିଜିଟାଲ ପରିଚୟପତ୍ର, ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଲକ୍ଷ୍ୟ ହାସଲ
ନୂଆଦିଲ୍ଲୀ: ଦେଶରେ ୧୧ କୋଟି କୃଷକଙ୍କ ପାଇଁ ସ୍ୱତନ୍ତ୍ର ଡିଜିଟାଲ୍ ପରିଚୟପତ୍ର ପ୍ରସ୍ତୁତ କରିବାର ଲକ୍ଷ୍ୟ ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ପୂରଣ ହୋଇଛି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଏହି ସୂଚନା ଦେଇଛନ୍ତି।
ଅକ୍ଟୋବର ୨୩ ତାରିଖ ରାତିରେ ଏହି ଲକ୍ଷ୍ୟ ପୂରଣ ହୋଇଥିବା ସେ କହିଛନ୍ତି।
କେନ୍ଦ୍ର ସରକାରଙ୍କ 'ଡିଜିଟାଲ୍ କୃଷି ମିସନ' ଅଧୀନରେ 'ଆଗ୍ରିଷ୍ଟାକ୍' ବ୍ୟବସ୍ଥାରେ ଏହି ପରିଚୟପତ୍ର ପ୍ରସ୍ତୁତ କରାଯାଉଛି।
ପ୍ରତ୍ୟେକ କୃଷକ ଙ୍କୁ ୧୧ ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଦିଆଯାଉଛି।
Advertisment ୨୦୨୭ ମାର୍ଚ୍ଚ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବାକୁ ସରକାର ଧାର୍ଯ୍ୟ କରିଥିଲେ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ପରିଚୟପତ୍ର ଦ୍ୱାରା କୃଷକମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ସ୍ୱଚ୍ଛ ଓ ସହଜ ଉପାୟରେ ପାଇପାରିବେ।
ବାରମ୍ବାର କାଗଜପତ୍ର ଦାଖଲ କରିବାର ଆବଶ୍ୟକତା କମିବ।
ବ୍ୟାଙ୍କ ଋଣ, ଫସଲ ବୀମା, ପ୍ରାକୃତିକ ବିପର୍ଯ୍ୟୟଜନିତ ସହାୟତା ଏବଂ କୃଷିଜାତ ଉତ୍ପାଦ ବିକ୍ରି ଭଳି କାର୍ଯ୍ୟରେ ଏହା ସହାୟକ ହେବ।
କୃଷକଙ୍କ ଏହି ସ୍ବତନ୍ତ୍ର ଡିଜିଟାଲ ପରିଚୟ ମଧ୍ୟସ୍ଥିମାନଙ୍କ ଭୂମିକାକୁ ହ୍ରାସ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
ମଧ୍ୟସ୍ଥିମାନଙ୍କ ଭୂମିକାକୁ କମାଇବ: ଶିବରାଜ ଏହି ସଫଳତା ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।
କୃଷକମାନେ ସରକାରୀ ଯୋଜନାର ସୁଯୋଗ ନେବା ସହ କୃଷିରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି।
କୃଷି କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପହଞ୍ଚାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ୟୁରୋପକୁ ଆମେରିକାର ଡିଜେଲ୍ ରପ୍ତାନି ବନ୍ଦ କରିବାକୁ ଚେତାବନୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଏହି ଯୋଜନାରେ ୨୦୨୪ ଡିସେମ୍ବର ସୁଦ୍ଧା ପ୍ରାୟ ୩୦ ଲକ୍ଷ କୃଷକଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଥିଲା।
୨୦୨୫ ଡିସେମ୍ବର ବେଳକୁ ଏହା ୭.୮ କୋଟିକୁ ବୃଦ୍ଧି ପାଇଥିଲା।
କେବଳ ସେତିକି ନୁହେଁ, ପଞ୍ଜୀକୃତ ହୋଇଥିବା କୃଷକଙ୍କ ମଧ୍ୟରେ ୨୬ ପ୍ରତିଶତ ମହିଳା ହୋଇଥିାବବେଳେ ପ୍ରାୟ ୮୧ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ର କୃଷକ ବର୍ଗରେ ଆସୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।