Disciplinary Action Against ASI After Viral Audio Row: ଭାଇରାଲ ଅଡିଓ ଖୋଲିଲା ଗୁମର! ଏଏସଆଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ସହ ପଦର ଅପବ୍ୟବହାର ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ। ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଗତ କିଛି ଦିନ ତଳେ ଚିତ୍ରଡା ଅଞ୍ଚଳରେ ମଦ ମାଫିଆଙ୍କ ସହ ଫାଣ୍ଡି ଅଧିକାରୀଙ୍କ ସମ୍ପର୍କକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା। ଏହା ପରେ ଘଟଣାଟି ପୋଲିସ ବିଭାଗର ନଜରକୁ ଆସିଥିଲା।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଇଛି। ତଦନ୍ତ ପରେ ମୟୂରଭଞ୍ଜ ଏସ୍ ପି ବରୁଣ ଗୁଣ୍ଡୁପାଲି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ପୋଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିଲମ୍ବିତ ଏଏସଆଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
କାର୍ଯ୍ୟରେ ଅବହେଳା ଓ ପଦର ଅପବ୍ୟବହାର ଅଭିଯୋଗ
ଚାକିରିରୁ ନିଲମ୍ବିତ ହେଲେ ଫାଣ୍ଡି ବାବୁ
ଏଏସଆ ଭୀମସେନ ମଲ୍ଲିକ ନିଲମ୍ବିତ
ନିଲମ୍ବିତ କଲେ ମୟୁରଭଞ୍ଜ ଏସପି
ମଦ ମାଫିଆଙ୍କ ସହ ଏଏସଆଇଙ୍କ ସମ୍ପର୍କକୁ ନେଇ ଅଡ଼ିଓ ଭାଇରାଲ
ଘଟଣାର ଗୁରୁତ୍ବକୁ ନେଇ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।