District Administration Launches Inquiry: ଚାମେଲିଙ୍କ ଅଭିଯୋଗର ଖୋଳତାଡ଼ ଆରମ୍ଭ, ୫ ଜଣିଆ ଟିମର ତଦନ୍ତ

Jun 26, 2026 - 09:14
District Administration Launches Inquiry: ଚାମେଲିଙ୍କ ଅଭିଯୋଗର ଖୋଳତାଡ଼ ଆରମ୍ଭ, ୫ ଜଣିଆ ଟିମର ତଦନ୍ତ

ଉନ୍ନତିମୂଳକ କାର୍ଯ୍ୟ ସହ ବିଲ୍ ବନ୍ଦ ନେଇ ତିଖିରି ସରପଞ୍ଚ ଆଣିଥିବା ଅଭିଯୋଗର ଆରମ୍ଭ ହୋଇଛି ଖୋଳତାଡ଼। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଟିମ, ତଦନ୍ତ ଆରମ୍ଭ କରିଛନ୍ତି। ତିଖିରି ସରପଞ୍ଚଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ କେଉଁ ଆର୍ଥିକ ବର୍ଷରେ କେଉଁ କାମ ହୋଇଛି ଏବଂ କେଉଁ କାମ ଅଟକିଛି, ସେସବୁ ଫାଇଲ ଚେକ୍ କରିଥିଲେ। ବୈଠକରେ DRDA ପିଡି, ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।