Divorce: ଭାରତର ଏହି ରାଜ୍ୟରେ ହୁଏ ସବୁଠାରୁ କମ୍ ବିବାହ ବିଚ୍ଛେଦ: ତଥ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ
"ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତ ଅନ୍ୟତମ ଏପରି ଏକ ଦେଶ, ଯେଉଁଠାରେ ବିବାହ ବିଚ୍ଛେଦ ହାର ଅତ୍ୟନ୍ତ କମ୍।
ଭାରତରେ ହାରାହାରି ଛାଡପତ୍ର ହାର ପ୍ରାୟ ୧ ପ୍ରତିଶତ ପାଖାପାଖି ରହିଛି।
ତେବେ ରାଜ୍ୟ ଭିତ୍ତିରେ ଏହି ତଥ୍ୟକୁ ନଜର କଲେ ବିଭିନ୍ନ ରାଜ୍ୟ ମଧ୍ୟରେ ବଡ଼ ଫରକ ଦେଖିବାକୁ ମିଳେ।
ରିପୋର୍ଟ ଅନୁଯାୟୀ, ଭାରତର ବିହାର ରାଜ୍ୟରେ ସବୁଠାରୁ କମ୍ ବିବାହ ବିଚ୍ଛେଦ ଘଟୁଛି।Advertisment ବିହାରରେ ସବୁଠାରୁ କମ୍ ଛାଡପତ୍ରବିହାରରେ ବିବାହ ବିଚ୍ଛେଦ ହାର ମାତ୍ର ୦.୨% ରୁ ୦.୩% ମଧ୍ୟରେ ରହିଛି, ଯାହା ସାରା ଦେଶରେ ସବୁଠାରୁ କମ୍।
ଏହା ବ୍ୟତୀତ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ଭଳି ରାଜ୍ୟଗୁଡ଼ିକରେ ମଧ୍ୟ ଛାଡପତ୍ର ହାର ବେଶ୍ କମ୍ ରହିଛି।
ଅନ୍ୟପଟେ, ମିଜୋରାମରେ ଦେଶର ସବୁଠାରୁ ଅଧିକ ଛାଡପତ୍ର ହାର (ପ୍ରାୟ ୬.୩୪%) ରେକର୍ଡ କରାଯାଇଛି।
ମହାରାଷ୍ଟ୍ରରେ ଏହା ପ୍ରାୟ ୧.୯% ଥିବା ବେଳେ କେରଳ ଏବଂ କର୍ଣ୍ଣାଟକ ଭଳି ରାଜ୍ୟର ସହରାଞ୍ଚଳଗୁଡ଼ିକରେ ବିବାହ ବିଚ୍ଛେଦ ହାର ଜାତୀୟ ହାରାହାରି ତୁଳନାରେ ଅଧିକ।
ବିହାରରେ କମ୍ ଛାଡପତ୍ରର କାରଣ୧.
ପାରମ୍ପରିକ ପରିବାର ବ୍ୟବସ୍ଥା: ବିହାରରେ ସାମାଜିକ ଓ ପାରମ୍ପରିକ ପରିବାରିକ ମୂଲ୍ୟବୋଧ ଅତ୍ୟନ୍ତ ମଜଭୁତ।
ବିବାହକୁ ଜୀବନସାରାର ଏକ ପବିତ୍ର ସମ୍ପର୍କ ଭାବେ ଗ୍ରହଣ କରାଯାଏ।୨.
ବରିଷ୍ଠଙ୍କ ମଧ୍ୟସ୍ଥତା: ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଘଟିଲେ ଯୌଥ ପରିବାର, ବୟସ୍କ ବ୍ୟକ୍ତି ଓ ସମ୍ପର୍କୀୟମାନେ ମଧ୍ୟସ୍ଥତା କରି କୋର୍ଟ-କଚେରୀ ପହଞ୍ଚିବା ପୂର୍ବରୁ ସମାଧାନର ବାଟ କାଢ଼ିଥାନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।