Diwali Puja Mistakes to Avoid: ଲକ୍ଷ୍ମୀ ପୂଜା ବେଳେ ଏହି ୫ଟି ଭୁଲ୍ ପଡ଼ିପାରେ ମହଙ୍ଗା, ଘରୁ ଫେରିଯାଇପାରନ୍ତି ମା’ ଲକ୍ଷ୍ମୀ!

Nov 08, 2026 - 09:13
Diwali Puja Mistakes to Avoid: ଲକ୍ଷ୍ମୀ ପୂଜା ବେଳେ ଏହି ୫ଟି ଭୁଲ୍ ପଡ଼ିପାରେ ମହଙ୍ଗା, ଘରୁ ଫେରିଯାଇପାରନ୍ତି ମା’ ଲକ୍ଷ୍ମୀ!

ଆଲୋକର ପର୍ବ ଦୀପାବଳି।

ଏହି ପବିତ୍ର ଦିନରେ ଘରେ ଘରେ ଦୀପ ଜଳାଇ ମା' ଲକ୍ଷ୍ମୀ ଓ ବିଘ୍ନବିନାଶକ ଗଣେଶଙ୍କୁ ପୂଜା କରାଯାଏ।

ଧାର୍ମିକ ମାନ୍ୟତା ଅନୁସାରେ, ଦୀପାବଳି ରାତିରେ ମା' ଲକ୍ଷ୍ମୀ ଭକ୍ତଙ୍କ ଘରକୁ ଆଗମନ କରିଥାନ୍ତି।

ତେଣୁ ଏହି ଦିନ ଘରର ପରିବେଶକୁ ପବିତ୍ର ରଖିବା ସହ ପୂଜାରେ କିଛି ବିଶେଷ ନିୟମ ପାଳନ କରିବାକୁ କୁହାଯାଇଛି।

Advertisment ତେବେ ଅଜାଣତରେ ପୂଜା ସମୟରେ କରୁଥିବା କିଛି ଭୁଲ୍ ଆପଣଙ୍କ ପୂଜାର ଶୁଭଫଳକୁ ପ୍ରଭାବିତ କରିପାରେ ବୋଲି ଧାର୍ମିକ ବିଶ୍ୱାସ ରହିଛି।

ବିଶେଷକରି ୫ଟି ଭୁଲ୍‌ଠାରୁ ଦୂରେଇ ରହିବା ଜରୁରୀ।

ଆସନ୍ତୁ ଜାଣିବା, ଦୀପାବଳି ରାତିରେ ଲକ୍ଷ୍ମୀ ପୂଜା କରିବା ସମୟରେ କେଉଁସବୁ କଥା ପ୍ରତି ରଖିବେ ଧ୍ୟାନ।

ଭଙ୍ଗା ମୂର୍ତ୍ତି କିମ୍ବା ଦୀପରେ କରନ୍ତୁ ନାହିଁ ପୂଜା ଦୀପାବଳି ପୂଜା ପୂର୍ବରୁ ମା' ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଭଲ ଭାବେ ଯାଞ୍ଚ କରନ୍ତୁ।

କୌଣସି ମୂର୍ତ୍ତି ଭାଙ୍ଗିଯାଇଥିଲେ କିମ୍ବା ଫାଟିଥିଲେ ତାହାକୁ ପୂଜାରେ ବ୍ୟବହାର କରନ୍ତୁ ନାହିଁ।

ସେହିପରି ଭଙ୍ଗା ଦୀପ କିମ୍ବା ଅନ୍ୟ କୌଣସି ଖଣ୍ଡିତ ପୂଜା ସାମଗ୍ରୀ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।

Advertisment ପୂଜାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ ମା' ଲକ୍ଷ୍ମୀଙ୍କୁ ସ୍ୱଚ୍ଛତା ଓ ସମୃଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଏ।

ତେଣୁ ଦୀପାବଳି ପୂର୍ବରୁ ଘରର ପ୍ରତ୍ୟେକ କୋଣକୁ ସଫା ରଖିବା ସହ ପୂଜା ସ୍ଥାନକୁ ମଧ୍ୟ ସୁନ୍ଦର ଭାବେ ସଜାନ୍ତୁ।

ପୂଜାରେ ବସିବା ପୂର୍ବରୁ ସ୍ନାନ କରି ସଫାସୁତୁରା ପୋଷାକ ପିନ୍ଧନ୍ତୁ।

ପୂଜା ବାସନ, ଥାଳି ଓ ଅନ୍ୟ ସାମଗ୍ରୀକୁ ମଧ୍ୟ ଭଲ ଭାବେ ସଫା କରି ରଖନ୍ତୁ।

ପୂଜା ସମୟରେ ଦିଗକୁ ଅଣଦେଖା କରନ୍ତୁ ନାହିଁ ଲକ୍ଷ୍ମୀ ପୂଜା ସମୟରେ ଦିଗର ବିଶେଷ ମହତ୍ତ୍ୱ ରହିଛି ବୋଲି ବାସ୍ତୁ ଓ ଧାର୍ମିକ ମାନ୍ୟତାରେ କୁହାଯାଇଛି।

ପୂଜା କରିବା ସମୟରେ ନିଜ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖିବାକୁ କୁହାଯାଏ।

ସେହିପରି ମା' ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଉତ୍ତର କିମ୍ବା ଈଶାନ କୋଣରେ ସ୍ଥାପନ କରିବା ଶୁଭ ବୋଲି ବିଶ୍ୱାସ ରହିଛି।

ପୂଜା ସମୟରେ କଳହ କିମ୍ବା ଅପଶବ୍ଦ କୁହନ୍ତୁ ନାହିଁ ଦୀପାବଳି ହେଉଛି ଖୁସି, ଶାନ୍ତି ଓ ସୌହାର୍ଦ୍ଦ୍ୟର ପର୍ବ।

ଏହି ଦିନ ପୂଜା ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଭକ୍ତିଭାବରେ ପୂଜା କରିବା ଉଚିତ୍।

ପୂଜା ବେଳେ ଅଯଥା ପାଟିତୁଣ୍ଡ, ଝଗଡ଼ା କିମ୍ବା ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।

କାହା ପ୍ରତି ମନରେ ଈର୍ଷା, ଦ୍ୱେଷ କିମ୍ବା ଖରାପ ଭାବନା ରଖିବା ମଧ୍ୟ ଅନୁଚିତ।

ଏହି ସମୟରେ ମନକୁ ଶାନ୍ତ ରଖି ମା' ଲକ୍ଷ୍ମୀ ଓ ଗଣେଶଙ୍କ ଆରାଧନା କରନ୍ତୁ।

ଆଳତି ସରିବା ମାତ୍ରେ ପୂଜା ସ୍ଥାନ ଛାଡ଼ନ୍ତୁ ନାହିଁ ଅନେକ ଲୋକ ଦୀପାବଳି ରାତିରେ ପୂଜା ଓ ଆଳତି ସାରିବା ମାତ୍ରେ ପୂଜା ସ୍ଥାନ ଛାଡ଼ି ଚାଲିଯାଆନ୍ତି।

କିନ୍ତୁ ଧାର୍ମିକ ପରମ୍ପରା ଅନୁସାରେ, ପୂଜା ପରେ କିଛି ସମୟ ମା' ଲକ୍ଷ୍ମୀଙ୍କ ସମ୍ମୁଖରେ ବସି ପ୍ରାର୍ଥନା କରିବା ଉଚିତ୍।

ପୂଜାରେ ହୋଇଥିବା ଭୁଲ୍‌ଭଟକା ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ।

ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ।

ପୂଜା ସମୟରେ ଜଳାଯାଇଥିବା ଦୀପକୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖନ୍ତୁ ଏବଂ ନିଆଁ ପ୍ରତି ସତର୍କ ରୁହନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।