Fatal Ambulance Accident: ଶବ ନେଇ ଯିବାବେଳେ ଶବ ପାଲଟିଗଲେ; ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ

Nov 08, 2026 - 20:29
Fatal Ambulance Accident: ଶବ ନେଇ ଯିବାବେଳେ ଶବ ପାଲଟିଗଲେ; ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ

ଶବ ନେଇ ଯାଉଥିଲେ, ଶବ ପାଲଟିଗଲେ ।

ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଯାଇଛି ତିନି ଜୀବନ ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ସୂଚନା ଅନୁସାରେ, ଭୁବନେଶ୍ବରରୁ ଆମ୍ବୁଲାନ୍ସଟି ମୃତଦେହ ନେଇ ବଲାଙ୍ଗିର ଦେଓଗାଁ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା।

Advertisment ୪ ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ଜଣେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଶବ ନେଇ ଯିବାବେଳେ ଶବ ପାଲଟିଗଲେ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଭୁବନେଶ୍ବରରୁ ମୃତଦେହ ନେଇ ବଲାଙ୍ଗିର ଯାଉଥିଲା ଆମ୍ବୁଲାନ୍ସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।