DJ Music Sparks Group Clash: ଗଣେଶ ଭସାଣିରେ ଡିଜେକୁ ନେଇ ଗୋଷ୍ଠୀ ସଂଘର୍ଷ, ଯୁବକ ଗୁରୁତର ଆହତ
ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବାରହଳ ଗାଁରେ ଗଣେଶ ପୂଜା ଭସାଣରେ ଡିଜେ ବଜାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଗାଁର ଜଣେ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏନେଇ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି | ଡିଜେ ସାଉଣ୍ଡ ଓ ପିଲାମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବାକୁ ନେଇ ଗଣ୍ଡଗୋଳ ଘଟିଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା | ପ୍ରଥମେ କଥା କଟାକଟି ହେବା ପରେ ହାତାହାତି ହୋଇଥିଲେ।
ଆଶିଷ ପ୍ରଧାନ ନାମକ ଜଣେ ଯୁବକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି । ପରେ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ବାଲିପାଟଣା ବାରହଳ ଗାଁରେ ଗୋଷ୍ଠୀ ସଂଘର୍ଷ
ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ
ଜଣେ ଯୁବକ ଗୁରୁତର ହୋଇ ଭୁବନେଶ୍ୱର ସ୍ଥାନାନ୍ତର
ଉଭୟ ପକ୍ଷରୁ ଅଭିଯୋଗକୁ ନେଇ ପୋଲିସର ତନାଘନା
ଭସାଣରେ ଡିଜେ ବଜାଇବାକୁ ନେଇ ହୋଇଥିଲା ଗଣ୍ଡଗୋଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।