Prithvi Shaw and Akriti Agarwal Part Ways: ନିର୍ବନ୍ଧର ୬ ମାସ ପରେ ଅଲଗା ହେଲେ ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲ
ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ତାଙ୍କ ବାନ୍ଧବୀ ଆକୃତି ଅଗ୍ରୱାଲ ଅଲଗା ହୋଇଛନ୍ତି। ନିର୍ବନ୍ଧର ପ୍ରାୟ ୬ ମାସ ପରେ ଏହି ନିଷ୍ପତ୍ତି ନେଇଥିବା ଆକୃତି ସୋସିଆଲ ମିଡିଆରେ ଜଣାଇଛନ୍ତି। ଆକୃତିଙ୍କ କହିବା ଅନୁସାରେ, ଭବିଷ୍ୟତର ଲକ୍ଷ୍ୟ ଓ ପରିସ୍ଥିତି ଭିନ୍ନ ହୋଇଥିବାରୁ ଉଭୟେ ମିଳିତ ଭାବେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗୁଜବ କିମ୍ବା କୌଣସି ଅନୁମାନ ନକରି ଗୋପନୀୟତାକୁ ସମ୍ମାନ ଦେବାକୁ ସେ ଅନୁରୋଧ କରିଛନ୍ତି।
ମାର୍ଚ୍ଚ ୮ରେ ପୃଥ୍ୱୀ ଓ ଆକୃତି ନିଜ ନିର୍ବନ୍ଧ ଘୋଷଣା କରିଥିଲେ। ଏବେ ଆକୃତିଙ୍କ ଘୋଷଣା ପରେ ପୃଥ୍ୱୀ ମଧ୍ୟ ନିଜ ସୋସିଆଲ ମିଡିଆରୁ ନିର୍ବନ୍ଧର ଫଟୋ ହଟାଇ ଦେଇଛନ୍ତି।
ଏପଟେ କ୍ରିକେଟ୍ରେ ମଧ୍ୟ ପୃଥ୍ୱୀ ଶ’ଙ୍କ ପାଇଁ ସମୟ ଚ୍ୟାଲେଞ୍ଜିଂ ରହିଛି। ଆଇପିଏଲ୍ ୨୦୨୬ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲେ, କିନ୍ତୁ ସିଜନ୍ରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।