DJ Noise Sparks Group Clash ଡିଜେକୁ ନେଇ ପିପିଲି ଖଣ୍ତିଗାଁରେ ଗୋଷ୍ଠୀ ସଂଘର୍ଷ, ୪ମହିଳାଙ୍କ ସମେତ ୧୦ ଆହତ

Oct 12, 2026 - 18:46
DJ Noise Sparks Group Clash ଡିଜେକୁ ନେଇ ପିପିଲି ଖଣ୍ତିଗାଁରେ ଗୋଷ୍ଠୀ ସଂଘର୍ଷ, ୪ମହିଳାଙ୍କ ସମେତ ୧୦ ଆହତ

"ପିପିଲି (ରାଜକିଶୋର ସ୍ବାଇଁ): ପିପିଲି ଥାନା ଅରିସଲ ପଂଚାୟତ ଅନ୍ତର୍ଗତ ଖଣ୍ତିଗାଁରେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଡିଜେର ଉଚ୍ଚ ଶବ୍ଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି।

ଏଥିରେ ୪ ମହିଳାଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି।

ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment DJ Vehicle: ଅନୁମତି ଉଲ୍ଲଂଘନ କରି ଉଚ୍ଚ ଶବ୍ଦରେ ଡିଜେ ବଜାଇବା ଅଭିଯୋଗ, ଡିଜେ ସାଉଣ୍ଡ ସିଷ୍ଟମ ସହ ଗାଡ଼ି ଜବତସୂଚନାନୁସାରେ, ରବିବାର ରାତି ପ୍ରାୟ ୧୨ଟାବେଳେ ଉକ୍ତ ଗାଁରେ ଏକ ଗଣେଶ ଭସାଣି ଶୋଭାଯାତ୍ରାରେ ଡିଜେ ବାଜୁଥିଲା।

ଡିଜେର ଉଚ୍ଚ ତଥା ବିକଟାଳ ଶଦ୍ଦକୁ କିଛି ଲୋକ ବିରୋଧ କରିଥିଲେ।

ଏହାକୁ ନେଇ ପୂଜାରେ ଯୋଗଦେଇଥିବା ସଦସ୍ୟ ଓ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।

ପରେ ପରସ୍ପରକୁ ଆକ୍ରମଣ କରିଥିଲେ।

ଏଥିରେ ଉଭୟ ଗୋଷ୍ଠୀର ମିନତୀ ମଲ୍ଲିକ, ଲକ୍ଷ୍ମୀପ୍ରୀୟା ମଲ୍ଲିକ, କାନ୍ତି ମଲ୍ଲିକ, ଜ୍ୟୋସ୍ନା ମଲ୍ଲିକ, ପବିତ୍ର ମଲ୍ଲିକ, ଭାଗ୍ୟଧର ମଲ୍ଲିକ, ପ୍ରସନ୍ନ କୁମାର ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ ଓ ପ୍ରଭାତ କୁମାର ମଲ୍ଲିକ ଆହାତ ହୋଇଥିଲେ।

୫ଟି ବାଇକ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି।

ସେମାନଙ୍କୁ ପିପିଲି ସରକାରୀ ହସ୍ପଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

Durga Puja Preparations: ଦୁର୍ଗାପୂଜା ପ୍ରସ୍ତୁତି: ଡିଜେ ବାଜିବନି, ଲେଜର ଲାଇଟ୍‌ ସୋ ମନାପୁଲିସ ଠାରୁ ମିଳିଥିବା ସୂଚନାରେ,  ଉଭୟ ପକ୍ଷରୁ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଆଜି ସନ୍ଧ୍ୟା ସୁଦ୍ଧା କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ।

ତେବେ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବାରୁ  ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି।

ଗାଁରେ ୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

3 Girls Critical: ଯାଜପୁରରେ ଭସାଣ ବେଳେ ଅଘଟଣ: ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର, ୩ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନଡିଜେକୁ ବିରୋଧ କରୁଥିବା ଲୋକଙ୍କ ଅଭିଯୋଗ ଅନୁସ‌ାରେ, ଆଇନାନୁସାରେ, ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଏବଂ ରାତି ୧୧ ପରେ ଡିଜେ ବଜାଇବା ନିଷିଦ୍ଧ।

ଏଭଳି ସ୍ଥିତିରେ  ଡିଜେ ନିମନ୍ତେ କିଏ ଅନୁମତି ଦେଲା।

ଆଇନ ଉଲ୍ଲଂଘନ କରିଥିବା ଉକ୍ତ ଡିଜେ ଗାଡ଼ିଟିକୁ ମଧ୍ୟ ଏଯାଏଁ ପୁଲିସ ଜବତ କରିନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।