DJ Vehicle: ଅନୁମତି ଉଲ୍ଲଂଘନ କରି ଉଚ୍ଚ ଶବ୍ଦରେ ଡିଜେ ବଜାଇବା ଅଭିଯୋଗ, ଡିଜେ ସାଉଣ୍ଡ ସିଷ୍ଟମ ସହ ଗାଡ଼ି ଜବତ

Oct 05, 2026 - 14:17
DJ Vehicle: ଅନୁମତି ଉଲ୍ଲଂଘନ କରି ଉଚ୍ଚ ଶବ୍ଦରେ ଡିଜେ ବଜାଇବା ଅଭିଯୋଗ, ଡିଜେ ସାଉଣ୍ଡ ସିଷ୍ଟମ ସହ ଗାଡ଼ି ଜବତ

"ଆନନ୍ଦପୁର: ଗଣେଶ ପୂଜା ଭସାଣି ଶୋଭାଯାତ୍ରା ସମୟରେ ଅନୁମତିର ସର୍ତ୍ତ ଉଲ୍ଲଂଘନ କରି ଅତ୍ୟଧିକ ଶବ୍ଦରେ ଡିଜେ ବଜାଇବା ଅଭିଯୋଗରେ ଘସିପୁରା ପୁଲିସ ଏକ ମାମଲା ରୁଜୁ କରିଛି।

ଏଥିସହ ଡିଜେ ସାଉଣ୍ଡ ସିଷ୍ଟମ ସହ ଏକ ଗାଡ଼ିକୁ ଜବତ କରାଯାଇଛି।Advertisment ସୂଚନା ଅନୁଯାୟୀ, ଗତ ୪ ତାରିଖ ସନ୍ଧ୍ୟାରେ ଆନନ୍ଦପୁର ପୌରାଞ୍ଚଳ ୧୫ନମ୍ବର ୱାର୍ଡ ପୋଡ଼ାଖମଣରେ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ଶୋଭାଯାତ୍ରା ପାଇଁ ଆନନ୍ଦପୁର ଉପଜିଲ୍ଲାପାଳଙ୍କଠାରୁ ଅନୁମତି ନିଆଯାଇଥିଲେ ମଧ୍ୟ ଡିଜେରେ ଅତ୍ୟଧିକ ଶବ୍ଦ କରାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା।

ଏପରିକି ଅତ୍ୟଧିକ ଶବ୍ଦ ଯୋଗୁଁ ସେଠାକାର ହୃଦରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା।

ଅନୁମତିପତ୍ରରେ ଥିବା ସର୍ତ୍ତ ଉଲ୍ଲଂଘନ କରାଯାଇଥିବାରୁ ଘସିପୁରା ଥାନା ପୁଲିସ ଡିଜେ ସାଉଣ୍ଡ ସିଷ୍ଟମ ସହ ଗାଡ଼ିକୁ ଜବତ କରିବା ସହ ଥାନା କେସ୍‌ ନଂ-୪୧୮, ତା.

୪.୧୦.୨୦୨୬, ଧାରା ୨୨୩(ଏ)(ବି)/୨୯୨ ବିଏନ୍‌ଏସ୍‌ ସହ ଓଡ଼ିଶା ଫାୟାରୱାର୍କ୍ସ ଆଣ୍ଡ ଲାଉଡସ୍ପିକର (ରେଗୁଲେସନ) ଆକ୍ଟ, ୧୯୫୮ର ଧାରା ୫ ଅନୁଯାୟୀ ମାମଲା ରୁଜୁ କରିଛି।

ଘଟଣାର ତଦନ୍ତ ଜାରି ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।