Maa kataka Chandi: ମା’ କଟକ ଚଣ୍ଡୀଙ୍କ ଭୁବନେଶ୍ବରୀ ବେଶ
"କଟକ: କଟକ ମହାନଗରର ଅଧିଷ୍ଠାତ୍ରୀ ଦେବୀ ମା" କଟକ ଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଳଦିନାତ୍ମକ ପୂଜା ।
ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ପୂଜାର ଆଜି ତୃତୀୟ ଦିନ।
ଏହି ଅବସରରେ ମା"ଙ୍କ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।Advertisment ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବା ଆଶା ମୂଳାଷ୍ଟମୀ ତିଥିରେ ବିଧିବିଧାନ ଅନୁସାରେ ମା"ଙ୍କ ଘଟ ସ୍ଥାପନ କରାଯାଇଥିଲା।
ଏହାପରେ ମା"ଙ୍କର ଷୋଡ଼ଶ ଉପଚାର ବିଧିରେ ପୂଜାର୍ଚ୍ଚନା ଜାରି ରହିଛି ।
ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ମା" ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ମା" କଟକ ଚଣ୍ଡୀ ଭୁବନେଶ୍ୱରୀ ବେଶରେ ଦର୍ଶନ ଦେବେ।
ମା"ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଆଜି ସକାଳୁ କଟକ ଚଣ୍ଡୀ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି ।
ଦୂରଦୂରାନ୍ତରୁ ଭକ୍ତମାନେ ମନ୍ଦିରରେ ପହଞ୍ଚି ମା"ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରୁଛନ୍ତି ।
ମନ୍ଦିର ପରିସରରେ ଭକ୍ତି ଓ ଶ୍ରଦ୍ଧାର ପରିବେଶ ଦେଖିବାକୁ ମିଳୁଛି ।
ଷୋଳଦିନାତ୍ମକ ପୂଜା ଅବସରରେ ଆଗାମୀ ଦିନଗୁଡ଼ିକରେ ମଧ୍ୟ ବିଭିନ୍ନ ବେଶରେ ମା" କଟକ ଚଣ୍ଡୀ ଭକ୍ତମାନଙ୍କୁ ଦର୍ଶନ ଦେବେ।
ମା"ଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବା ଆଶା କରାଯାଉଛି ।
DJ Vehicle: ଅନୁମତି ଉଲ୍ଲଂଘନ କରି ଉଚ୍ଚ ଶବ୍ଦରେ ଡିଜେ ବଜାଇବା ଅଭିଯୋଗ, ଡିଜେ ସାଉଣ୍ଡ ସିଷ୍ଟମ ସହ ଗାଡ଼ି ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।