DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

Nov 06, 2026 - 00:41
DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

କାଳିଆପାଣି (ରବି ନାରାୟଣ କର): ୨୦୧୫-୧୬ ଆର୍ଥିକ ବର୍ଷରୁ ୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଦେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ସମୃଦ୍ଧ କରିଆସିଥିବା କ୍ରୋମ୍‌ ଉପତ୍ୟକାର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଏବେ ମରଣଯନ୍ତା।

୪୫ କିଲୋମିଟର ରାସ୍ତାରେ ୪୫ ମିଟର ନିଖୁଣ ରାସ୍ତା ଖୋଜି ପାଇବା ମୁସ୍କିଲ।

ସଡ଼କରେ ୨ଶହରୁ ଅଧିକ ହମ୍ପ୍ସ ସାଙ୍ଗକୁ ୨ ହଜାରୁ ଅଧିକ ଖାଲଖମା ରହିଛି।

ମରାମତି ଅଭାବରୁ ଦିନକୁ ଦିନ ଖାଲଖମାର ସଂଖ୍ୟା ଓ ଆକାର ବଢ଼ିବାରେ ଲାଗିଛି।

Advertisment ସଡ଼କରେ ଥିବା ୬ ସେତୁ ଓ ୧୦ ରୁ ଅଧିକ ବକ୍ସ କଲଭର୍ଟ ବି ଦୁର୍ବଳ ଅବସ୍ଥାରେ ରହିଛି।

ଅଧିକାଂଶ ସେତୁ ଓ କଲଭର୍ଟର ଉଭୟ ପାର୍ଶ୍ବରେ ସୁରକ୍ଷା ବାଡ଼ ନାହିଁ।

ହେଲେ ୧୦ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରୁ କ୍ରୋମ୍‌ ପରିବହନକୁ ଫୁରୁସତ ନାହିଁ।

୫୦ ବର୍ଷ ତଳର ପୁରୁଣା ସଡ଼କ ବ୍ୟବସ୍ଥା ଉପରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି), ଟାଟାଷ୍ଟିଲ, ଫେକର-ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ୍‌ ଓ ବାଲେଶ୍ବର ଆଲଏଜ୍ କମ୍ପାନି ଖଣିଜ ପରିବହନ କରି ଡିଏମ୍‌ଏଫ୍‌ ପାଣ୍ଠିକୁ ବିନା ବାଧାରେ ଅର୍ଥ ଯୋଗାଇ ଚାଲିଛନ୍ତି।

୨୦୦୮ ମସିହାରୁ ଏହି ସଡ଼କ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିଲେ ହେଁ ଏହାର ସ୍ବରୂପ ଓ ସାମର୍ଥ୍ୟରେ ଉନ୍ନତି ଆସିପାରୁନି।

ମରାମତି କିମ୍ବା ସଡ଼କର ଉନ୍ନତୀକରଣ ଅଭାବରୁ ବର୍ଷସାରା ସଡ଼କରେ ମାତ୍ରାଧିକ ଧୂଳି ଓ କାଦୁଅର ପ୍ରକୋପ ରହୁଛି।

ରାସ୍ତାରୁ ଅଧ କିଲୋମିଟର ଦୂରତାରେ ଥିବା ଜନବସତିରେ ଜୀବନ ଦୁର୍ବିଷହ ହୋଇପଡ଼ିଛି।

ଖଣିଅଞ୍ଚଳବାସୀ ପ୍ରଦୂଷଣ ବଳୟରେ ରହିବାକୁ ବାଧ୍ୟ ହୋଇଛନ୍ତି।

ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥାକୁ ନେଇ ଖଣିଅଞ୍ଚଳବାସୀ ବ୍ୟତିବ୍ୟସ୍ତ ଓ ବିବ୍ରତ ହେଉଥିଲେ ହେଁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଉଦାସୀନ ରହିଛନ୍ତି।

ନ'ଦେଖିଲେ ବିଶ୍ବାସ କରିହେବନି ଯେ, ଏଠାରେ ଗୋଟିଏ ଜନମଙ୍ଗଳକାରୀ ସରକାର ଅଛି କିମ୍ବା ପୂର୍ବରୁ ଥିଲା ବୋଲି।

Subhadra: ସୁଭଦ୍ରା ଚତୁର୍ଥ କିସ୍ତି ଅର୍ଥରାଶି ପ୍ରଦାନ: 'ମହିଳାମାନେ ବିକାଶର ସାରଥି' ୨୦୧୬ ମସିହା ମେ ମାସ ୨୫ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ କାଳିଆପାଣିରେ ଅନୁଷ୍ଠିତ ଡିଏମ୍‌ଏଫ୍‌ର ପ୍ରଥମ ବୈଠକରେ ୪ ଥାକିଆ ଟମକା-ମଙ୍ଗଳପୁର ସଡ଼କ ପାଇଁ ୨୨୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

ସେହିବର୍ଷ ନଭେମ୍ବର ୨୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲରଙ୍ଗି ଠାରେ ସଡ଼କର ଶିଳାନ୍ୟାସ କରିଥିଲେ।

୨୦୨୩-୨୪ ଆର୍ଥିକ ବର୍ଷରେ ସଡ଼କର ସଳଖୀକରଣ ଓ ପ୍ରସସ୍ତୀକରଣ ଯୋଜନାରେ ୫୭୬ କୋଟି ଟଙ୍କା ବ୍ୟୟ ବରାଦ ପରେ ପୂର୍ତ୍ତ ବିଭାଗ ଟେଣ୍ଡର ଡାକିଥିଲା।

ଦୁର୍ଗା କଣ୍ଡେଭ କନଷ୍ଟ୍ରକ୍ସନ କମ୍ପାନିକୁ କାର୍ଯ୍ୟାଦେଶ ଦିଆଯାଇଥିଲା।

୨୦୨୩ ମସିହା ଅକ୍ଟୋବର ୧୯ ତାରିଖରେ ୨ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସାରୁଆବିଲ ଠାରେ ପ୍ରସ୍ତାବିତ ସଡ଼କର ଶିଳାନ୍ୟାସ କରିଥିଲେ।

୨୦୨୪ ସାଧାରଣ ନିର୍ବାଚନ ପରେ ଏହା ଧୂଆଁବାଣ ସାବ୍ୟସ୍ତ ହୋଇଥିଲା।

ଏ ସଂପର୍କରେ ପାଣିକୋଇଲି ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ କମଳ କୁମାର ସ୍ବାଇଁଙ୍କୁ ପଚାରିବାରେ ଯଥାଶୀଘ୍ର ଏଷ୍ଟିମେଟ୍‌ କରାଯାଇ ବିଭାଗୀୟ ମଞ୍ଜୁର ପରେ ୧୫ ଦିନ ମଧ୍ୟରେ ଅତି ଆବଶ୍ୟକ ସ୍ଥଳରେ ମରାମତି କାମ ଆରମ୍ଭ କରାଯିବ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।