DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ
ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ଖର୍ଚ୍ଚ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଏବଂ ପରିମଳ, ଶିକ୍ଷା ଏବଂ ଦକ୍ଷତା ବିକାଶ, ମହିଳା, ଶିଶୁ, ବୟସ୍କ, ଭିନ୍ନକ୍ଷମ ବ୍ୟକ୍ତିଙ୍କ କଲ୍ୟାଣ, ପରିବେଶ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ ,ରାସ୍ତା, ଜଳସେଚନ ଏବଂ ଶକ୍ତି ଓ ଜଳବିଭାଜିକା (ୱାଟରସେଡ୍) ବିକାଶ କରାଯିବା କଥା।
ଏହା ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।
ତେବେ ଏହାକୁ ବାଟବଣା କରି ଖର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି।
Advertisment ଡିଏମଏଫ ପାଣ୍ଠିର ଖର୍ଚ୍ଚ ଜିଲ୍ଲା ପରିଷଦ କରୁଛି।
ନିଜ ବିଭାଗ ଅଧିନରେ ଜବାଗୁଡାରେ ଥିବା ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର(ଡିପିଆରସି)ର ପାଚେରୀ ନିର୍ମାଣ ଓ ଗେଟ ପାଇଁ ୨୦୨୪-୨୫ରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।
ତେବେ ପାଚେରୀ ନିର୍ମାଣ ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ ନଥିଲେ ହେଁ ଏହାକୁ କିଭଳି ପାଚେରୀ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ।
୨୦୨୪-୨୫ଆର୍ଥିକ ବର୍ଷରେ ଚିଠି ନହ ୧୯୫୩ ତାରିଖ ୪-୪-୨୦୨୪ରେ କାର୍ଯ୍ୟାଦେଶ ଦିଆଯାଇ ୧୦ଲକ୍ଷ ଟଙ୍କା ମଞୁର କରାଯାଇଥିଲା।
ଯଦିଓ ଡିପିଆରସି ପାଚେରୀ ସମ୍ମୁଖ ଭାଗ ଲୁହା ଗେଟ ସହ ୫୦୦ମିଟରର ପାଚେରୀ ନିର୍ମାଣ କରାଯାଇଛି।
ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ ତେବେ ଏହି ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ ହୋଇଛି।
ବାକିସ୍ଥାନରେ କଣ୍ଟା ତାରର ବାରାବେଡ କରାଯାଇଛି।
ଏପରିକି ଗେଟ୍ ପାର୍ଶ୍ବରୁ ହିଁ କଣ୍ଟା ତାରର ବାରବେଡ଼ ଲଗାଯାଇଛି।
ଏହାରି ମଧ୍ୟରେ ପଛ ପାର୍ଶ୍ବରେ ସ୍କିଲ ଡେଭଲଫମେଣ୍ଟ ସେଣ୍ଟର ବି ରହିଛି।
ପ୍ରାୟ ୨ଏକରରୁ ଉର୍ଦ୍ଧ୍ବ ଅଂଚଳର ପାଚେରୀ ନିର୍ମାଣ ପାଇଁ ଅଧିକା ଖର୍ଚ୍ଚ ହେବ।
ଦୁରଦୃଷ୍ଟି ରଖି ଗୋଟିଏ ଥରକରେ ଅନ୍ୟ ଯୋଜନାର ଅଧିକା ଅନୁଦାନରେ ସମ୍ପୁର୍ଣ୍ଣ ପାଚେରୀ ନିର୍ମାଣ କରିବା କଥା।
ଲୁହାତାର ବାରବେଡ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏବେ ଯଦି ବଳକା ନିର୍ମାଣ ହୋଇନଥିବା ପାଚେରୀ ନୂଆରେ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରାଗଲେ ସରକାରୀ ଅର୍ଥ ଅଯଥାରେ ଶ୍ରାଦ୍ଦ ହେବ।
ଖାସ୍ କରି ଯେଉଁ ସବୁ କ୍ଷେତ୍ର ଗୁଡିକରେ ଡିଏମଏଫ ପାଣ୍ଠି ଟଙ୍କା ଖର୍ଚ୍ଚ କରାଯିବା କଥା କାହିଁକି କରା ନଯାଇ ଏଭଳି କରାଯାଇଛି ତାହା ନିଶ୍ଚିତ ରୁପେ ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।
Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି କ'ଣ କହିଲେ ବିଡିଓ?
ତତ୍କାଳୀନ ଜିଲ୍ଲାପାଳ ଅନୁମୋଦନ କରିକି କାର୍ଯ୍ୟାଦେଶ ଦେବା ପରେ ହିଁ ଏହି ପାଚେରୀ କାମ କରାଯାଇଥିଲା।
ଏବଂ କାମ ସାରିବା ପରେ ବିନିଯୋଗ ପ୍ରମାଣପତ୍ର ବି ଦାଖଲ ହୋଇ ସାରିଛି ବୋଲି କହିଛନ୍ତି ନବରଙ୍ଗପୁର ବିଡିଓ ସୁନିଲ ଖରା।
ଡିଏମଏଫ୍ ପାଣ୍ଠିକୁ ଯେଉଁ ଲକ୍ଷ୍ୟ ଓ ଉଦେଶ୍ୟରେ ଖର୍ଚ୍ଚ କରିବା କଥା ନ କରି ଏଭଳି ଅଳ୍ପ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।