Varanasi Air Show: ବାରାଣସୀରେ ଏୟାର୍‌ ସୋ’ ଦେଖିଲେ ମୋଦୀ: କୌଶଳ ପ୍ରଦର୍ଶନ କଲେ ସୁଖୋଇ, ତେଜସ୍‌

Oct 25, 2026 - 21:29
Varanasi Air Show: ବାରାଣସୀରେ ଏୟାର୍‌ ସୋ’ ଦେଖିଲେ ମୋଦୀ: କୌଶଳ ପ୍ରଦର୍ଶନ କଲେ ସୁଖୋଇ, ତେଜସ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୯୪ତମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ତିନିଦିନିଆ ଏୟାର୍ ସୋ' କାର୍ଯ୍ୟକ୍ରମର ଶେଷ ଦିନରେ ବାରାଣସୀର ନମୋ ଘାଟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।

Advertisment ବାୟୁସେନା ଅଧିକାରୀଙ୍କ ଅନୁଯାୟୀ, ଏହି ପ୍ରଦର୍ଶନୀରେ ହେଲିକପ୍ଟର ପ୍ରଦର୍ଶନ ସହିତ ସୁଖୋଇ-୩୦ ଏମ୍‌କେଆଇ, ସ୍ୱଦେଶୀ ତେଜସ୍‌ ଓ ଏଲ୍‌ସିଏଚ୍‌ ପ୍ରଚଣ୍ଡ ସମେତ ଲଢ଼ୁଆ ବିମାନ ପ୍ରଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏୟାର୍ ସୋ'ରେ ଯୋଗ ଦେଇଥିଲେ।

ଏୟାର୍ ସୋ'ରେ ତିନୋଟି ବିମାନ 'ଭି' ଶୈଳୀରେ ଉଡ଼ି ଜାତୀୟ ପତାକାର ରଙ୍ଗରେ ଏକ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିଥିଲା।

ଏମ୍‌ଆଇ-୧୭ ହେଲିକପ୍ଟର, ସୂର୍ଯ୍ୟ କିରଣ ଏରୋବେଟିକ୍ ଦଳ, ସାରଙ୍ଗ ହେଲିକପ୍ଟର କୌଶଳ ଦର୍ଶକଙ୍କୁ ବିମୋହିତ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ସକାଳେ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ଓ ହେଲିକପ୍ଟର ଯୋଗେ ଅରବିନ୍ଦ ଲିମିଟେଡ୍‌ର ଏକ ନୂତନ ପୋଷାକ ଉତ୍ପାଦନ ୟୁନିଟ୍ ଉଦ୍‌ଘାଟନ କରିବାକୁ ମିର୍ଜାମୁରାଦ ଯାତ୍ରା କରିଥିଲେ।

ପରେ ସେ ନମୋ ଘାଟକୁ ସଡ଼କ ପଥରେ ଯାତ୍ରା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।