DMK: ଚେନ୍ନାଇରେ ଡିଏମକେ ନେତା ଶେଖର ବାବୁଙ୍କ ସହ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ
ଚେନ୍ନାଇ: ତାମିଲନାଡୁର ପୂର୍ବତନ ସ୍କୁଲ ଶିକ୍ଷା ମନ୍ତ୍ରୀ ଅନବିଲ୍ ମହେଶ ପୋୟାମୋଝିଙ୍କ ଗିରଫଦାରୀକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଡିଏମକେର ବରିଷ୍ଠ ନେତା ପି.
କେ.
ଶେଖର ବାବୁଙ୍କ ସମେତ ୧୨ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।
କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଚେନ୍ନାଇର ଭେପେରୀ ପୁଲିସ ଷ୍ଟେସନରେ ଏହି ଏଫଆଇଆର୍ ଦାୟର କରାଯାଇଛି।
Advertisment ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୬ ତାରିଖରେ ଘରୋଇ ସ୍କୁଲଗୁଡ଼ିକୁ ସ୍ୱୀକୃତି ଓ ମଞ୍ଜୁରୀ ଦେବା ନାଁରେ ପ୍ରାୟ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ସ୍କାମରେ ମଦ୍ରାସ ହାଇକୋର୍ଟ ପୋୟାମୋଝିଙ୍କ ଅଗ୍ରିମ ଜାମିନ ଆବେଦନ ଖାରଜ କରିଦେଇଥିଲେ।
ଏହାପରେ କେନ୍ଦ୍ରୀୟ ଅପରାଧ ଶାଖା (ସିସିବି) ତାଙ୍କୁ ଗିରଫ କରି ଚେନ୍ନାଇ ପୁଲିସ କମିଶନରଙ୍କ କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଆଣିଥିଲା।
କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ଏହି ସମୟରେ ଡିଏମକେ ସମର୍ଥକ ଓ ନେତାମାନେ ବିପୁଳ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇନଜୀବୀଙ୍କୁ ସାଙ୍ଗରେ ଯିବାକୁ ଦିଆଯାଉନଥିବା ଅଭିଯୋଗ କରି ହଙ୍ଗାମା କରିଥିଲେ।
ଏହି ଘଟଣାପ୍ରବାହ ମଧ୍ୟରେ ପୁଲିସ ସହ ଡିଏମକେ ନେତାମାନଙ୍କର ତୀବ୍ର ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା।
ଘଟଣା ପରେ ଅଦାଲତ ପୋୟାମୋଝିଙ୍କୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଅନ୍ୟପକ୍ଷରେ, ଶାନ୍ତିଶୃଙ୍ଖଳା ଭଙ୍ଗ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଶେଖର ବାବୁ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
Indian railways: ଟ୍ରେନ୍ରେ ମୋବାଇଲ୍ ଚାର୍ଜିଂକୁ ବ୍ୟାନ୍!
ରାତି ୧୧ଟାରୁ ସକାଳ ୫ଟା ଯାଏଁ ଟ୍ରେନ୍ରେ ମୋବାଇଲ୍ ଚାର୍ଜ ମନା!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।