Doctor Brutally Assaulted: ଡାକ୍ତରଙ୍କ ଉପରକୁ ବାଲ୍ଟି ଫୋପାଡ଼ିଲେ, ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ

Oct 24, 2026 - 14:20
Doctor Brutally Assaulted: ଡାକ୍ତରଙ୍କ ଉପରକୁ ବାଲ୍ଟି ଫୋପାଡ଼ିଲେ, ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ

ବାଲ୍ଟି ଫୋପାଡ଼ି ଡାକ୍ତରଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ।

ଗୁରୁତର ଡାକ୍ତରଙ୍କୁ କଟକ ସ୍ଥାନାନ୍ତର, ୩ ଜଣଙ୍କୁ ଗିରଫ କଲା ପୋଲିସ୍।

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସନ୍ତୋଷ କାଣ୍ଡୋଲାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ।

ଅଭିଯୋଗ ଅନୁସାରେ କଷିକିଆରି ଗାଁର ଆଦର୍ଶ ସେଠ ମଦ ପିଇ ଗୁରୁତର ହେବାରୁ ତାଙ୍କୁ ମେଡିକାଲ ଆଣିଥିଲେ ତାଙ୍କର ୫ଜଣ ସାଙ୍ଗ।

Advertisment ଡାକ୍ତର ପଟାସ ପାଣି ପିଇବାକୁ ଦେବାକୁ ପରାମର୍ଶ ଦେଇଥିଲେ ଏବଂ ତାଙ୍କୁ କିଛି ପ୍ରଶ୍ନ ପଚାରିବାରୁ ଉତକ୍ଷିପ୍ତ ହୋଇ ଆଦର୍ଶଙ୍କ ସାଙ୍ଗମାନେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।

ଡାକ୍ତରଙ୍କ ଉପରକୁ ପଟାସ ପାଣି ବାଲ୍ଟି ଫୋପାଡିଥିଲେ ଦୁର୍ବୃତ୍ତ।

ଗୁରୁତର ଅବସ୍ଥାରେ ଡାକ୍ତର ସନ୍ତୋଷ କାଣ୍ଡୋଲାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କରିଛି ପୋଲିସ୍।

ଡାକ୍ତରଙ୍କୁ ପିଟିଲେ ଦୁର୍ବୃତ୍ତ ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ବାଲ୍ଟି ଫୋପାଡ଼ି ଡାକ୍ତରଙ୍କୁ ଆକ୍ରମଣ ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଲେ ଦୁର୍ବୃତ୍ତ ଗୁରୁତର ଡାକ୍ତରଙ୍କୁ କଟକ ସ୍ଥାନାନ୍ତର ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କଲା ପୋଲିସ୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।