Indian Star Tilak Varma Breaks World Record: T20ରେ ତିଳକ ବର୍ମାଙ୍କ ବିଶ୍ୱ ରେକର୍ଡ, ଗୋଟିଏ ବର୍ଷରେ ଧରିଲେ ୨୬ କ୍ୟାଚ୍

Oct 24, 2026 - 15:45
Indian Star Tilak Varma Breaks World Record: T20ରେ ତିଳକ ବର୍ମାଙ୍କ ବିଶ୍ୱ ରେକର୍ଡ, ଗୋଟିଏ ବର୍ଷରେ ଧରିଲେ ୨୬ କ୍ୟାଚ୍

ଭାରତୀୟ କ୍ରିକେଟର ତିଳକ ବର୍ମାଙ୍କ ନାଁରେ ଯୋଡ଼ି ହୋଇଛି ଏକ ବଡ଼ ବିଶ୍ୱ ରେକର୍ଡ।

T20 ଇଣ୍ଟରନ୍ୟାସନାଲ୍‌ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଫିଲ୍ଡର ଭାବେ ସର୍ବାଧିକ କ୍ୟାଚ୍ ଧରିବାର ରେକର୍ଡ ନିଜ ନାଁରେ କରିଛନ୍ତି ଏହି ଭାରତୀୟ ଖେଳାଳି।

ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20I ମ୍ୟାଚ୍‌ରେ ଦୁଇଟି କ୍ୟାଚ୍ ଧରି ତିଳକ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି।

Advertisment ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭରୁ ହିଁ ତିଳକ ବର୍ମାଙ୍କ ଫିଲ୍ଡିଂର ଜଲୱା ଦେଖିବାକୁ ମିଳିଥିଲା।

ମ୍ୟାଚ୍‌ର ପ୍ରଥମ ତିନି ଓଭର ମଧ୍ୟରେ ସେ ଟିମ୍ ସିଫର୍ଟ ଓ ଡାରିଲ୍ ମିଚେଲଙ୍କ କ୍ୟାଚ୍ ଧରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ।

ଏହି ଦୁଇଟି କ୍ୟାଚ୍ ସହ ୨୦୨୬ କ୍ୟାଲେଣ୍ଡର ବର୍ଷରେ ତିଳକଙ୍କ ମୋଟ କ୍ୟାଚ୍ ସଂଖ୍ୟା ୨୬ରେ ପହଞ୍ଚିଛି।

ଏହା ପୂର୍ବରୁ ଇଣ୍ଡୋନେସିଆର ଡାନିଲସନ୍ ହାୱୋଏ ୨୦୨୫ରେ ୨୫ଟି କ୍ୟାଚ୍ ଧରି ଏହି ରେକର୍ଡର ଅଧିକାରୀ ଥିଲେ।

ତିଳକ ତାଙ୍କୁ ପଛରେ ପକାଇ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

Advertisment T20Iରେ ଗୋଟିଏ ବର୍ଷରେ ସର୍ବାଧିକ କ୍ୟାଚ୍ କ୍ୟାଚ୍ ଖେଳାଳି ଦେଶ ବର୍ଷ ୨୬ ତିଳକ ବର୍ମା ଭାରତ ୨୦୨୬ ୨୫ ଡାନିଲସନ୍ ହାୱୋଏ ଇଣ୍ଡୋନେସିଆ ୨୦୨୫ ୨୪ ମହମ୍ମଦ ୱାସିମ୍ ୟୁଏଇ ୨୦୨୪ ୨୧ ଶର୍ଭିନ୍ ମୁନିଆଣ୍ଡି ମାଲେସିଆ ୨୦୨୫ ୨୦ ବ୍ରାଏନ୍ ମାସାବା ଉଗାଣ୍ଡା ୨୦୨୩ ୨୦ ତାଞ୍ଜିଦ୍ ହାସନ୍ ବାଂଲାଦେଶ ୨୦୨୫ ଦ୍ୱିତୀୟ T20Iରେ ଭାରତର ଦୁଇଟି ପରିବର୍ତ୍ତନ ଅନ୍ୟପଟେ, ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20 ଇଣ୍ଟରନ୍ୟାସନାଲ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା।

ଆହତ ଈଶାନ କିଶନଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀ ଏବଂ ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ଦଳରେ ସୁଯୋଗ ମିଳିଥିଲା।

ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ଗୋଟିଏ ପରିବର୍ତ୍ତନ କରିଥିଲା।

ଆଡାମ ମିଲନେଙ୍କ ସ୍ଥାନରେ ଜାକବ୍ ଡଫି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ।

ଦୁଇ ଦଳର ଚୂଡ଼ାନ୍ତ ଏକାଦଶ ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍‌କିପର), ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧୀର, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ପ୍ରିନ୍ସ ଯାଦବ।

ନ୍ୟୁଜିଲାଣ୍ଡ: ଫିନ୍ ଆଲେନ୍, ଟିମ୍ ସିଫର୍ଟ (ୱିକେଟ୍‌କିପର), ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ବେଭନ୍ ଜାକବ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ନାଥନ୍ ସ୍ମିଥ୍, ମ୍ୟାଟ୍ ହେନରୀ, ଜାକବ୍ ଡଫି ଓ ଲକି ଫର୍ଗୁସନ୍।

ତିଳକ ବର୍ମାଙ୍କ ଏହି ରେକର୍ଡ ଭାରତୀୟ ଦଳ ପାଇଁ ଏକ ବଡ଼ ଉପଲବ୍ଧି।

ବ୍ୟାଟିଂ ସହ ଫିଲ୍ଡିଂରେ ମଧ୍ୟ ନିଜ ଦକ୍ଷତା ପ୍ରମାଣ କରି ତିଳକ ଏବେ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।