Doctor Convicted ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ପାଇଁ ନେଇଥିଲେ ଲାଞ୍ଚ, କୋର୍ଟ ଦେଲେ ୪ ବର୍ଷ କାରାଦଣ୍ଡ
"ଭୁବନେଶ୍ବର: ଏକ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ନିମନ୍ତେ ଲାଞ୍ଚ ନେବା ମାମଲାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ବରିଷ୍ଠ ଅସ୍ତ୍ରୋପଚର ବିଶେଷଜ୍ଞ ଡା ଦେବେନ୍ଦ୍ରନାଥ ନାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସ୍ବତନ୍ତ୍ର କୋର୍ଟ ଦୋଷୀ ଡାକ୍ତରଙ୍କୁ ୪ ବର୍ଷ କାରାଦଣ୍ଡ ଓ ଜୋରିମାନାରେ ଦଣ୍ଡିତ କରୁଛନ୍ତି।
Advertisment ଭିଜିଲାନ୍ସ କୋର୍ଟରେ ଲାଞ୍ଚୁଆ ଆର୍ଆଇ ଦଣ୍ଡିତ ମାମଲାର ଶୁଣାଣି କରି ସମ୍ବଲପୁର ସ୍ବତନ୍ତ୍ର ଜଜ୍ ଉକ୍ତ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କୋର୍ଟଙ୍କ ରାୟ ପରେ ଅଭିଯୁକ୍ତ ଡାକ୍ତରଙ୍କୁ ଜେଲ୍ହାଜତକୁ ପଠାଇଦିଆଯାଇଛି।
ସୂଚନାନୁସାରେ, ଅଭିଯୋଗକାରୀଙ୍କ ପୁତୁରା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ନିମନ୍ତେ ଯାଇଥିଲେ।
ଏହି ଅସ୍ତ୍ରୋପଚାର କରିବା ପାଇଁ ତତ୍କାଳୀନ ଡାକ୍ତର ନାୟକ (ବର୍ତ୍ତମାନ ଅବସରପ୍ରାପ୍ତ) ଲାଞ୍ଚ ମାଗିଥିଲେ।
ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଡାକ୍ତରଙ୍କୁ ରଙ୍ଗେହାତ ଧରିଥିଲେ।
ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨) ସହ ୧୩(୧)(ଡି) ଓ ୭ ଅନୁସାରେ ମାମଲା ରୁଜୁ କରିଥିଲା।
ଆଜି ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଅଭିଯୋଗ ଫର୍ଦ୍ଦ ଆଧାରରେ କୋର୍ଟ ରାୟ ଶୁଣାଇଛନ୍ତି।
ମୟୂରଭଞ୍ଜ ଶିକ୍ଷା ବିଭାଗରେ ଅନିୟମିତତା : ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇ ବି ଚାକିରିରେ ଏବିଇଓ ରାୟ ପରେ ଡାକ୍ତରଙ୍କ ପେନ୍ସନ ବନ୍ଦ କରିବା ପାଇଁ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।