SIR 2026 Review କୋରାପୁଟରେ ଏସଆଇଆର୍ ସମୀକ୍ଷା, ନୂତନ ଓ ଯୁବଭୋଟରଙ୍କୁ ଗୁରୁତ୍ବ
"ଭୁବନେଶ୍ୱର: ଭାରତ ନିର୍ବାଚନ କମିସନ୍ (ଇସିଆଇ)ଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର୍)-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କୋରାପୁଟ ଜିଲ୍ଲା ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ଆଜି (ଗୁରୁବାର) ଅନୁଷ୍ଠିତ ହୋଇଯାଇଛି।
Advertisment Delhi SIR: ୩୪ ଲକ୍ଷ ଭୂତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡିଲା ଏହି ବୈଠକରେ ଇସିଆଇଙ୍କ ପ୍ରମୁଖ ସଚିବ ଏସ୍ବି ଯୋଶୀ, ଅନୁ ସଚିବ ବିଭୋର ଅଗ୍ରୱାଲ ଓ ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ) ବିଭାଗର ଉପସଚିବ ଜିତେନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।
ବୈଠକରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରାରମ୍ଭିକ ସୂଚନା ଦେଇଥିଲେ।
ଆସନ୍ତା ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବାକୁ ସ୍ଥିର ହୋଇଥିବା ବେଳେ, ପ୍ରମୁଖ ସଚିବ ଶ୍ରୀଯୋଶୀ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀୱାରି ଏସଆଇଆର-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।
ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଭାବେ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ, ଅଗ୍ରଗତି ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
Odisha SIR 2026 ଓଡ଼ିଶାରେ ଏସ୍ଆଇଆର୍ ପାଇଁ ୧ ଜୁଲାଇ ଯୋଗ୍ୟତା ତାରିଖ ପ୍ରମୁଖ ସଚିବ ନିର୍ବାଚନୀ ସାକ୍ଷରତା କ୍ଲବ୍ ଗୁଡ଼ିକର ସକ୍ରିୟତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ନୂତନ ଓ ଯୁବ ଭୋଟରମାନଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ କରିବା ପାଇଁ ନିର୍ବାଚନୀ ସାକ୍ଷରତା କ୍ଲବ୍ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିଶେଷ କରି ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଗଣତାନ୍ତ୍ରିକ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
Odisha SIR 2026 ଏସ୍ଆଇଆର୍: ଜୁଲାଇ ୫ ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା ଏସଆଇଆର୍-୨୦୨୬ କାର୍ଯ୍ୟକୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଭାରତ ନିର୍ବାଚନ କମିସନଙ୍କ ସମସ୍ତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଆଲୋଚନାରେ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆରଓ) ଓ ନିର୍ବାଚନ ବିଭାଗୀୟ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।