Domestic Dispute Turns Fatal: ତରକାରୀକୁ ନେଇ ମହାଭାରତ ! ଶୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ

Oct 31, 2026 - 11:17
Domestic Dispute Turns Fatal: ତରକାରୀକୁ ନେଇ ମହାଭାରତ ! ଶୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ

ତରକାରୀ ପାଇଁ ବୋହିଲା ରକ୍ତ।

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଦେଲା ସ୍ବାମୀ।

ମାଆ ଛେଉଣ୍ଡ ହେଲେ ୩ ଛୁଆ।

ସାମାନ୍ୟ ତରକାରୀକୁ ନେଇ ଆରମ୍ଭ ହୋଇଥିଲା କଳହ।

କିନ୍ତୁ ସେହି କଳହ ଯେ ଏତେ ଭୟଙ୍କର ରୂପ ନେବ, ତାହା କେହି କଳ୍ପନା ବି କରିନଥିଲେ।

ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତର ପଦୁଗୁଡ଼ା ଗାଁରେ ଘଟିଛି।

ମୃତ ମହିଳା ହେଉଛନ୍ତି ୩୨ ବର୍ଷୀୟା କବିତା ସାଉନ୍ତା।

ସ୍ୱାମୀ ରାବ ସାଉନ୍ତା ସହ ତାଙ୍କର ତରକାରୀକୁ ନେଇ ବଚସା ହୋଇଥିଲା।

ଏହାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ କବିତା ଶୋଇଥିବା ବେଳେ ସ୍ୱାମୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ କବିତାଙ୍କ ମୃତ୍ୟୁ ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ଖୋଳତାଡ଼ ଚାଲିଛି।

ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ରାବ ସାଉନ୍ତାଙ୍କୁ ପୋଲିସ ଗିରଫ କରିଛି।

୧୫ ବର୍ଷର ବୈବାହିକ ଜୀବନର ଏପରି ଦୁଃଖଦ ଅନ୍ତ ଏବେ ତିନି ଛୁଆଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇଛି ।

ଯେଉଁ ମାଆଙ୍କ ପାଖରେ ସେମାନଙ୍କ ଦୁନିଆ ଥିଲା, ଆଜି ସେହି ମାଆ ଆଉ ନାହାନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।