Donald Trump: ଟ୍ରମ୍ପଙ୍କୁ ସୁପ୍ରିମ୍ ଝଟକା ! ମଧ୍ୟାବଧି ନିର୍ବାଚନ ପୂର୍ବରୁ ଅଟକିଲା ଡାକ ଭୋଟ ଯୋଜନା
" ନୂଆଦିଲ୍ଲୀ: ଆମେରିକାର ରାଜନୀତିରେ ମଧ୍ୟାବଧି ନିର୍ବାଚନ ପୂର୍ବରୁ ଘଟିଛି ଏକ ବଡ଼ ଘଟଣା।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାକ ମାଧ୍ୟମରେ ଭୋଟଦାନ ବ୍ୟବସ୍ଥା ଉପରେ କଡ଼ା ନିୟନ୍ତ୍ରଣ ଲଗାଇବା ଯୋଜନାକୁ ସୁପ୍ରିମ୍ କୋର୍ଟ ବର୍ତ୍ତମାନ ପାଇଁ ଖାରଜ କରିଦେଇଛନ୍ତି।
ଏହି ରାୟକୁ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି ଦେଖାଯାଉଛି।
ଟ୍ରମ୍ପ ପ୍ରଶାସନ ଚାହୁଁଥିଲା ଯେ, ସମସ୍ତ ରାଜ୍ୟ ଏକ ନିର୍ଦ୍ଦିଷ୍ଟ ମେଲ୍-ବାଲଟ୍ ବ୍ୟବସ୍ଥା ଅନୁସରଣ କରନ୍ତୁ।
ଏଥିପାଇଁ ଭୋଟରଙ୍କ ତଥ୍ୟକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ଦାଖଲ କରିବା ଏବଂ ନିୟମ ନ ମାନିଲେ ମେଲ୍ ମତପତ୍ର ଯୋଗାଣ ବନ୍ଦ କରିବାର ବ୍ୟବସ୍ଥା ଥିଲା।Advertisment Election: ୨୦୨୮ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଆରମ୍ଭ: ମାପିଚୁପି କହିଲେ ଟ୍ରମ୍ପ କିନ୍ତୁ ଡେମୋକ୍ରାଟିକ୍ ନେତା ଏବଂ ଭୋଟାଧିକାର ସଂଗଠନଗୁଡ଼ିକ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ବିରୋଧୀମାନଙ୍କ ଯୁକ୍ତି ଥିଲା, ନିର୍ବାଚନୀ ନିୟମ ନିର୍ଦ୍ଧାରଣ କରିବାର ଅଧିକାର ରାଷ୍ଟ୍ରପତିଙ୍କ ନୁହେଁ।
ଏପରି ନିୟମ ଲାଗୁ ହେଲେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଡାକ ମାଧ୍ୟମରେ ଭୋଟ ଦେବା କଷ୍ଟକର ହୋଇପଡ଼ିଥାନ୍ତା।
ନିମ୍ନ ଅଦାଲତଗୁଡ଼ିକ ମଧ୍ୟ ଟ୍ରମ୍ପଙ୍କ ଯୋଜନାକୁ ଅଟକାଇ ଦେଇଥିଲେ।
ଏହି ମାମଲାର ଆଉ ଏକ ରୋଚକ ଦିଗ ହେଉଛି, ଟ୍ରମ୍ପ ଦୀର୍ଘ ଦିନ ଧରି ମେଲ୍ ଭୋଟିଂକୁ ବିରୋଧ କରିଆସୁଛନ୍ତି।
ସେ ୨୦୨୦ ନିର୍ବାଚନରେ ଜୋ ବାଇଡେନଙ୍କ ନିକଟରେ ହାରିବା ପାଇଁ ମଧ୍ୟ ଏହି ବ୍ୟବସ୍ଥାକୁ ଦାୟୀ କରିଥିଲେ।
ହେଲେ ବାସ୍ତବରେ ସେ ନିଜେ ଅନେକ ଥର ଡାକ ମାଧ୍ୟମରେ ଭୋଟ ଦେଇଛନ୍ତି।
ସୁପ୍ରିମ୍ କୋର୍ଟର ଏହି ରାୟ ପରେ ଆମେରିକାରେ ପୁଣିଥରେ ମେଲ୍ ଭୋଟିଂକୁ ନେଇ ବିତର୍କ ଜୋର ଧରିଛି।
ମଧ୍ୟାବଧି ନିର୍ବାଚନ ପୂର୍ବରୁ ଆସିଥିବା ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ରାଜନୈତିକ ଯୋଜନା ଉପରେ ବଡ଼ ପ୍ରଭାବ ପକାଇପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।