Donald Trump’s Major Announcement: ଭୋଟ ଚୋରି ଧରାଇଲେ ଦିଆଯିବ ୧୦ ଲକ୍ଷ ଡଲାର, ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା
ଆମେରିକାରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ।
ଏହା ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି।
Advertisment ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ' ମାଧ୍ୟମରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଆଗାମୀ ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଭୋଟ ଚୋରି ସମ୍ପର୍କରେ ଯେକୌଣସି ବ୍ୟକ୍ତି ସଠିକ୍ ସୂଚନା ଦେଲେ ଦୋଷୀମାନଙ୍କୁ ଗିରଫ କରାଯାଇ ଦଣ୍ଡ ଦିଆଯିବ।
ସୂଚନା ଦାତାଙ୍କୁ ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ଭାବେ ପ୍ରଦାନ କରାଯିବ।
ଆମେରିକାରେ ପ୍ରତି ଚାରି ବର୍ଷିୟ ରାଷ୍ଟ୍ରପତି କାର୍ଯ୍ୟକାଳର ଠିକ୍ ମଧ୍ୟଭାଗରେ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇଥାଏ।
ଏହି ନିର୍ବାଚନରେ ଆମେରିକୀୟ ସଂସଦର ଉଭୟ ଗୃହ—ହାଉସ୍ ଅଫ୍ ଆଣ୍ଡ ରେପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ଟି ଆସନ ଏବଂ ସେନେଟର ପ୍ରାୟ ଏକ-ତୃତୀୟାଂଶ ଆସନ ପାଇଁ ଭୋଟ୍ ହୋଇଥାଏ।
ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଇନଗତ ଏବଂ ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଓ ସଂସଦରେ ନିଜ ଦଳର ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।