Tragic Accident in Odisha: ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଗୁରୁତର

Oct 27, 2026 - 14:37
Tragic Accident in Odisha: ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଗୁରୁତର

ଅଜଣା ଗାଡି ଧକ୍କାରେ ୨ ମୃତ ଜଣେ ଗୁରୁତର।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମୁକ୍ତାପଶି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତକ ଦୁଇ ଜଣ ପଥରଖମ୍ବ ଗାଁର ଅଜିତ ନାୟକ ଓ ଅନିଲ ନାୟକଙ୍କ ହୋଇଥିବା ବେଳେ ସୁମନ୍ତ ନାୟକ ଗୁରୁତର ହୋଇଛନ୍ତି।

Advertisment ସୂଚନା ଅନୁସାରେ ୩ଜଣ ଭୋର ସମୟରେ ପୂଜା ସାମଗ୍ରୀ ପାଇଁ ଏକ ବାଇକ ଯୋଗେ ଆସୁଥିବା ବେଳେ ଦୂର୍ଘଟଣା ଘଟିଥିଲା।

ପଥରଖମ୍ବ ଗାଁରେ ଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ପୂଜା ସାମଗ୍ରୀ ଆଣିବା ପାଇଁ ତିନି ଜଣ ମୁକ୍ତାପଶି ଆସୁଥିଲେ।

ଏହି ସମୟରେ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ଅର୍ଜିତ ଓ ଅନିଲଙ୍କ ମୃତ୍ୟୁ ହୋଇଥିଲା।

ଗୁରୁତର ସୁମନ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।