Doping storm: ପୁଣି ଦୋହଲାଇଲା ଡୋପିଂ ଝଡ଼: ସ୍ବପ୍ନା ନିଲମ୍ବିତ

Aug 21, 2026 - 05:55
Doping storm: ପୁଣି ଦୋହଲାଇଲା ଡୋପିଂ ଝଡ଼: ସ୍ବପ୍ନା ନିଲମ୍ବିତ

"ନୂଆଦିଲ୍ଲୀ:ଭାରତୀୟ ଆଥଲେଟିକ୍ସରେ ଡୋପିଂକୁ ନେଇ ଆଉ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।

୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାର ହେପ୍ଟାଥଲନ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ଆଥଲେଟ୍ ସ୍ୱପ୍ନା ବର୍ମନ୍‌ଙ୍କୁ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ସାମୟିକ ଭାବେ ନିଲମ୍ବନ କରିଛି।

ତାଙ୍କ ନମୁନାରେ ନିଷିଦ୍ଧ ଆନାବୋଲିକ୍ ଷ୍ଟେରଏଡ୍ "ବୋଲ୍ଡେନୋନ୍" ଚିହ୍ନଟ ହୋଇଛି।

୨୯ ବର୍ଷୀୟା ସ୍ୱପ୍ନା ଚଳିତ ମାସ ଆରମ୍ଭରେ ଆଥଲେଟିକ୍ସରୁ ଅବସର ଘୋଷଣା କରିଥିଲେ।

କିନ୍ତୁ ତାଙ୍କ ବିରୋଧରେ ଡୋପିଂ ମାମଲାର ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରହିବ।

Advertisment Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସେ ଶୁଣାଣିରେ ନିଜ ପକ୍ଷ ରଖିବା ସହ "ବି" ନମୁନା ପରୀକ୍ଷା ପାଇଁ ଅନୁରୋଧ କରିପାରିବେ।

ଦୋଷୀ ସାବ୍ୟସ୍ତ ହେଲେ ବାସନ୍ଦ ଲାଗୁ ହେବ।

ସ୍ୱପ୍ନା ୨୦୧୮ ଏସୀୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ହେପ୍ଟାଥଲେଟ୍ ଭାବେ ସ୍ୱର୍ଣ୍ଣ ଜିତିଥିଲେ।

ସେ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

ସ୍ବପ୍ନାଙ୍କ ସହ ହକି ଖେଳାଳି ମୟଙ୍କ ଶର୍ମାଙ୍କୁ ୪ ବର୍ଷ ଓ ଧାବିକା ସଞ୍ଜନା ସିଂହଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରାଯାଇଛି।

Dead: ଖଣିଅଞ୍ଚଳ‌ରେ ୬ ମାସରେ ୧୩ ଖଣି କର୍ମଚାରୀ ସହ ୨୨ ମୃତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।