Theft: ପୁଲିସ କବଜାରେ ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ୍ କରୁଥିବା ଲୁଟେରା, ଦୁଇ ଗିରଫ
"ଚମ୍ପୁଆ: ପୁଲିସ କବଜାରେ ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ୍ କରୁଥିବା ଦୁଇ ଲୁଟେରା।
ଏହି ଦୁଇ ଜଣଙ୍କୁ ବିହାରର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଏମାନେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସୁନା ଅଳଙ୍କାର ସଫାକରିବା ଆଳରେ ଅଳଙ୍କାର ଲୁଟ କରୁଥିଲେ।
ଘରେ ମହିଳାଙ୍କୁ ଅଳଙ୍କାର ସଫା କରିବା ଆଳରେ ସୁଯୋଗ ଦେଖି ଅଳଙ୍କାର ଧରି ଚମ୍ପଟ ମାରୁଥିଲେ।
ଏହି ଆନ୍ତଃ ରାଜ୍ୟ ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଦୁଇ ଜଣ ବିହାର ରାଜ୍ୟ ବେଗୁସରାଇ ଜିଲ୍ଲା ବାହୁରା ଗାଁର ରାଜକୁମାର ସାହା ଓ ସହରସା ଜିଲ୍ଲା ସୈରୀ ବଜାରର ଜବାହାର ସ୍ବର୍ଣ୍ଣକାର।Advertisment ଦୁଇଟି ମୋବାଇଲ ଫୋନ୍ ଜବତ ଏମାନଙ୍କ ଠାରୁ ପୁଲିସ ସୁନା ଧୁଆ କେମିକାଲ ( ପିତାମ୍ବରୀ ପାଉଡର) ସହିତ ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି।
ଏମାନେ ଗତ କିଛି ମାସ ଭିତରେ ଚମ୍ପୁଆ ଥାନାର କରଞ୍ଜିଆ, ରାମଲା ଓ ଚମ୍ପୁଆର ନିକୋଲେସନ ଟ୍ରେନିଂ ସ୍କୁଲ ନିକଟରୁ ସୁନା ଅଳଙ୍କାର ସଫାକରିବା ଆଳରେ ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ।PUCC: କୋହଳ ହେଲା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ଜରିମାନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।