Dowry Death Allegation: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଶାଶୁ ଅଟକ; ସ୍ୱାମୀ-ଶଶୁର ଫେରାର
ଯୌତୁକ ପାଇଁ ପୁଣି ଜଣେ ବୋହୂର ଜୀବନ ଗଲା। ନୟାଗଡ ଜିଲ୍ଲା ଇଟାମାଟି ଥାନା ଆଡବନ୍ଧ ଗାଁରୁ ଆସିଛି ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ। ଅଭିଯୋଗ ଅନୁସାରେ, ଲକ୍ଷ୍ମୀପ୍ରିୟା ବାରିକ ଛଅ ବର୍ଷ ତଳେ, ପ୍ରତାପ ପ୍ରସାଦ ଗାଁର ଦଣ୍ଡ ପାଣି ବାରିକଙ୍କୁ ବିବାହ କରିଥିଲେ। ମାତ୍ର ବିବାହର ପରଦିନ ଠାରୁ ସବୁବେଳେ ନିର୍ଯାତନା ଦେଇ ଆସୁଥିଲେ।
ତେଣୁ ସେ ଗତ କିଛିମାସ ଲକ୍ଷ୍ମୀ ବାପ ଘରେ ରହି ଆସୁଥିଲେ। ଗତକାଲି ଲକ୍ଷ୍ମୀ ଙ୍କୁ ଶାଶୁ, ଶଶୁର ଓ ସ୍ୱାମୀ ଘର ଭିତରେ କବାଟ କିଳି ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶାଶୁଙ୍କୁ ଥାନାରେ ଅଟକ ରଖିଥିବା ବେଳେ, ଶଶୁର, ସ୍ୱାମୀ ଫେରାର ହୋଇଯାଇଛନ୍ତି। ଇଟାମାଟି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।