DPR For Eram ରକ୍ତତୀର୍ଥ ଇରମର ବିକାଶ ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

Sep 01, 2026 - 17:33
DPR For Eram ରକ୍ତତୀର୍ଥ ଇରମର ବିକାଶ ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

"ଭଦ୍ରକ (ହରିହର ନାୟକ):  ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବଳିଦାନର ଅନ୍ୟତମ ସ୍ମାରକସ୍ଥଳୀ "ରକ୍ତତୀର୍ଥ ଇରମ୍‌"ର ବିକାଶକୁ ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। "ଭାରତର ଦ୍ୱିତୀୟ ଜଲିଆନାୱାଲା ବାଗ୍‌" ଭାବେ ପରିଚିତ ଏହି ବଳିଦାନର କ୍ଷେତ୍ରକୁ ପ୍ରମୁଖ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଇଛି।

ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍)ଓ  ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ଆକଳନ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଇବାକୁ ଭଦ୍ରକ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।Advertisment ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଇରମରେ ରକ୍ତଦାନ ଶିବିର ପ୍ରକାଶ ଥାଉକି , ଭଦ୍ରକ ଜିଲ୍ଲାର   ବାସୁଦେବପୁର ଅଞ୍ଚଳର ସାମାଜିକକର୍ମୀ ପ୍ରଶାନ୍ତ କୁମାର ନାୟକ ଇରମ୍‌ର ସାମଗ୍ରିକ ବିକାଶ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ରାଷ୍ଟ୍ରପତିଙ୍କ ନିକଟକୁ   ପତ୍ର  ଲେଖିଥିଲେ।

ଏହାପରେ ଇରମ୍‌ର ବିକାଶକୁ ନେଇ ସରକାରୀ ସ୍ତରରେ ଚଳଚଞ୍ଚଳତା ପ୍ରକାଶ ପାଇଛି।

ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ: ତଥାପି ରକ୍ତତୀର୍ଥ "ଇରମ୍‌" ଅବହେଳିତ ପର୍ଯ୍ୟଟନ ବିଭାଗର ଅନୁଶାସନ ସଚିବ କାହ୍ନୁ ଚରଣ ଦାସ ଭଦ୍ରକ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଇରମ୍‌ର ବିକାଶ ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଯାଞ୍ଚ କରିବାକୁ କହିଛନ୍ତି।

ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ ସମ୍ଭବପର ହେଲେ ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଆର୍ଥିକ ଆକଳନ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗ ନିକଟକୁ ପଠାଇବା ପାଇଁ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ, ସାମାଜିକକର୍ମୀ ପ୍ରଶାନ୍ତ ନିଜ ସ୍ମାରକପତ୍ରରେ, ରକ୍ତତୀର୍ଥ ଇରମ୍‌କୁ ଜାତୀୟ କିମ୍ବା ରାଜ୍ୟ ଐତିହ୍ୟ ସ୍ଥଳୀର ମାନ୍ୟତା ଦେବାକୁ ଦାବି କରାଯାଇଛି।

ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ୨୯ ଜଣ ଶହୀଦଙ୍କ ପ୍ରତିମୂର୍ତ୍ତି, ୫୬ ଜଣ ଆହତ ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତୀକାତ୍ମକ ପ୍ରତିମୂର୍ତ୍ତି, ସ୍ମୃତି ସ୍ତମ୍ଭ, ଆଧୁନିକ ମ୍ୟୁଜିୟମ୍‌ ଓ ପୁସ୍ତକାଗାର ସ୍ଥାପନ ଭଳି ପ୍ରସ୍ତାବ ରହିଛି।

୫-ଟି ସଚିବଙ୍କ ଦୁଇଦିନିଆ ଭଦ୍ରକ ଗସ୍ତ: ଇରମ ଓ କାନ୍ତକବିଙ୍କ ଜନ୍ମମାଟିର ହେବ ନବକଳେବର ସେହିପରି ଜାତୀୟ ରାଜପଥରୁ ଇରମ୍‌କୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଓ ଆଲୋକୀକରଣ, ପ୍ରବେଶ ପଥରେ ଭବ୍ୟ ସ୍ମାରକୀ ତୋରଣ ନିର୍ମାଣ, ଐତିହାସିକ ନାନା ପୋଖରୀର ସୌନ୍ଦର୍ଯ୍ୟକରଣ ଏବଂ ମା" ବଜ୍ରମହାକାଳୀ ମନ୍ଦିରର ବିକାଶ ପାଇଁ ମଧ୍ୟ ଦାବି ରହିଛି।

ପର୍ଯ୍ୟଟକଙ୍କ ସୁବିଧା ତଥା ଇରମ୍‌ର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ବହୁଭାଷୀ ସୂଚନା ଫଳକ ସ୍ଥାପନ ପ୍ରସ୍ତାବ ମଧ୍ୟ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।