Khantapada Road Accident:ଖନ୍ତାପଡ଼ା ସଡ଼କ ଦୁର୍ଘଟଣାରେ ୯ମ ଶ୍ରେଣୀ ଛାତ୍ର ମୃତ, ଚାଳକ ଗୁରୁତର

Oct 18, 2026 - 20:49
Khantapada Road Accident:ଖନ୍ତାପଡ଼ା ସଡ଼କ ଦୁର୍ଘଟଣାରେ ୯ମ ଶ୍ରେଣୀ ଛାତ୍ର ମୃତ, ଚାଳକ ଗୁରୁତର

"ସୋର: ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଅଧୀନ ମାଣକାହାଣୀ ନିକଟରେ ଏକ ମୋଟରସାଇକଲ ଦୁର୍ଘଟଣାଗ୍ରସ୍ତ ହୋଇଛି।

ମୋଟରସାଇକଲର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଗାଡ଼ିପଛରେ ବସିଥିବା ୯ମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।

Advertisment Baleswar: ବାଲେଶ୍ଵର ପୁଲିସର ଏନକାଉଣ୍ଟର: ଡକାୟତି ଯୋଜନା ପଣ୍ଡ, ଦୁର୍ଦ୍ଦାନ୍ତ ଅପରାଧୀ ଆହତ ସୂଚନାନୁସାରେ, ଗୁଡ଼ ଅଞ୍ଚଳର ଚିନ୍ମୟ ନାୟକ (ମୃତ ଛାତ୍ର) ପଢ଼ିବା ନିମନ୍ତେ ମାଣକାହାଣୀ ଗାଁରେ ନିଜ ମା"ଙ୍କ ସହ ରହୁଥିଲେ।

ପଡୋଶୀଙ୍କ ବାଇକ୍‌ରେ କୌଣସି କାମରେ ଖନ୍ତାପଡ଼ାକୁ ଯାଇ ମାଣକାହାଣୀ ଫେରୁଥିଲେ।

କୌଣସି କାରଣରୁ ମୋଟରସାଇକଲ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଚାଳକ ନୀଳଗିରି ଥାନା ପାଟପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲ ପରେ ରେମୁଣା ଫକୀର ମୋହନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି।

ଖନ୍ତପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକଲ୍‌ଟିକୁ ଜବତ କରିଛି।

ଚିନ୍ମୟଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ହସ୍‌ପିଟାଲ୍‌ ପଠାଇଛି।

Baleswar Jailor Suspended : ବାଲେଶ୍ୱର ଜେଲର୍ ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ, ସୁରକ୍ଷା ଅବହେଳା ଓ ନିୟମ ଉଲ୍ଲଂଘନ ଅଭିଯୋଗଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏଯାଏଁ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।