Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର

Oct 12, 2026 - 00:36
Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ୨ ନମ୍ବର ୱାର୍ଡ ବିର୍ସାନଗର ବସ୍ତିରେ ଏବେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି।

ବସ୍ତି ମଝିରେ ସୁରେନ ସେଠୀଙ୍କ ଘର ପାଖ ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ଧରି ଅଚଳ ପଡ଼ିଛି।

ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର କାଙ୍କଡ଼ପାଳ ଜଳ ବିଶୋଧନ କାରଖାନାରୁ ୫ ଦିନ ଧରି ଜଳ ଯୋଗାଣ ଠପ୍‌ ହୋଇଯାଇଛି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପକ୍ଷରୁ ଘରକୁ ଘର ବୁଲି ନିର୍ମଳବୁନ୍ଦା ଜଳ‌ ଯୋଗାଣ ୪ ଦିନ ଧରି ସଂପୂର୍ଣ୍ଣ ବ୍ୟାହତ ହୋଇରହିଛି।

ୱାର୍ଟର ଏଟିଏମ୍ କାର୍ଡ ପାଇଥିବା ଉପଭୋକ୍ତାଙ୍କୁ ଏଟିଏମ୍‌ରୁ ପାଣି ମିଳୁନି।

Advertisment ସେହିପରି ୨୦ ବର୍ଷ ଧରି ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି କଲୋନିରୁ ଜଗନ୍ନାଥ ମନ୍ଦିର(ଶ୍ରୀଧାମ) ପାଖ ପାଇପ୍‌ ଲାଇନରୁ ଜାରି ରହିଥିବା ଜଳ‌ ଯୋଗାଣ ବ୍ୟବସ୍ଥା ୩ ମାସ ହେଲା ବନ୍ଦ୍ ହୋଇଯାଇଛି।

୨ ବର୍ଷ ହେଲା ଖଣି ଅଚଳ ପଡ଼ିଥିବାରୁ ଟାଟାଷ୍ଟିଲ ପକ୍ଷରୁ ଏହି ବ୍ୟବସ୍ଥା ବନ୍ଦ୍ କରାଯାଇଥିବା କୁହାଯାଉଛି।

ବିଭିନ୍ନ ଜଳଉତ୍ସ ଠପ୍‌ ହୋଇଯିବାରୁ ଏଠାରେ ବସବାସ କରୁଥିବା ୫୦ ରୁ ୬୦ ପରିବାର ପିଇବା ପାଣି ଓ ସ୍ନାନଶୌଚ ପାଇଁ ବହୁ ଦହଗଞ୍ଜ ହେଉଥିବାରୁ ସାଧାରଣରେ ଅସନ୍ତୋଷ ତେଜିଉଠିଛି।

ଘର ଠାରୁ ୫ ଶହରୁ ୭ ଶହ ମିଟର ଦୂର ହାଟ ପଡ଼ିଆ ପାଖ ନଳକୂଅରୁ ପାଣି ସଂଗ୍ରହ ଓ ବୋହି ଆଣୁଥିବା ଦର୍ଶାଇ ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ।

Heart Attack: କାଳିଆପାଣିରେ ହୃଦ୍‌ଘାତ ମୃତ୍ୟୁ ଆତଙ୍କ!

ଦିନକରେ ଆଖି ବୁଜିଲେ ୪ ଜଣ ନଳକୂଅ ଦେଉଛି ଯନ୍ତ୍ରଣାବିପର୍ଯ୍ୟସ୍ତ ପରିବେଶରେ ଥିବା ଏହି ନଳକୂଅରୁ ଗୋଟିଏ ଥର ପାଣି ଆଣି‌ଲା ବେଳକୁ ଅଣ୍ଟାପିଠି ଦରଜ ହୋଇ ଜୀବନ ଛାଡ଼ିଗଲା ଭଳି ଲାଗୁଛି ବୋଲି ଦର୍ଶାଇ ବାସନ୍ତୀ ନାୟକ, ଜୟନ୍ତୀ ପ୍ରଧାନ, ଜୟସ୍ମିତା ମାଝୀ, ସୀତା ସାହୁ, ରାଧାରାଣୀ ବାରିକ, ବିନି ସିଂ, ଭାରତୀ ରାୟ, ବନଲତା ଦାସ, ମମତା ସ‌ାହୁ, ବୁଲଟି ସରକାର, ପ୍ରଭାତୀ ଦାସ, ସୁରୁଚି ସେଠୀ, ଗାୟତ୍ରୀ ସିଂ, ମିନି ମୁର୍ମୁ, ବାସନ୍ତୀ ସେଠୀ, ମନୋରମା ପ୍ରଧାନ, ସଞ୍ଜୁଲତା ପ୍ରଧାନ, ନୟନୀ ବେହେରା, ମୋହିନୀ ସାହୁ, ରିନା ଦାସ, ଛବି ସେଠୀ, ଟିକିନା ରଣା ପ୍ରମୁଖ ଦୁଃଖ ବଖାଣିଥିଲେ।

ବର୍ଷକ ତଳେ ଅଚଳ ଥିବା ସୌର ପ୍ରକଳ୍ପର ପମ୍ପ୍ ଓ ପାଇପ୍‌ ଖରାପ ଥିବା ପରିପ୍ରେକ୍ଷୀରେ ବିଭାଗୀୟ କର୍ମଚାରୀ ଏସବୁକୁ ନେଇଯାଇଥିଲେ ହେଁ ଏଯାବତ୍ ଏହା ସଜଡ଼ା ଯାଇନଥିବା ଖୋଦ୍‌ ସରପଞ୍ଚ ବିକାଶ କୁମାର ପାତ୍ର ଓ ୱାର୍ଡସଭ୍ୟ ବିନୋଦ ମହାନ୍ତ ଅଭିଯୋଗ କରନ୍ତି।

ବିଭାଗୀୟ ହେଲ୍ପ ଲାଇନ ନମ୍ବର ୧୯୧୬ ରେ ଫୋନ କଲେ ନିରୁତ୍ସାହଜନକ ଉତ୍ତର ମିଳୁଥିବା ଅଭିଯୋଗ ହୋଇଥିଲା।

ପ୍ରତିଶ୍ରୁତି ଦେଇ ପ୍ରଶାସନ ଆମକୁ ବାରମ୍ବାର ଭୂତେଇ ଚାଲିଛି ବୋଲି ମହିଳାମାନେ ମିଳିତ ବିବୃତିରେ ବିଷୋଦ୍‌ଗାର କରିଥିଲେ।

କ"ଣ କହିଲେ ଅଧିକାରୀ?ଏ ସଂପର୍କରେ ବ୍ଲକର ପାନୀୟଜଳ ଯୋଗାଣ ଯନ୍ତ୍ରୀ ଇଂ ଦଶରଥ ନାଏକଙ୍କୁ ଯୋଗା‌ଯୋଗ କରିବାରେ ଯଥାଶୀଘ୍ର ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।