India vs West Indies T20: ୱେଷ୍ଟଇଣ୍ଡିଜ୍କୁ ୨୨୪ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ
"ଇନ୍ଦୋର: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜାରି ରହିଛି।
ଏହି ଶୃଙ୍ଖଳାର ତୃତୀୟ ମୁକାବିଲା ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଜାରି ରହିଛି।
ଅତିଥି ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଛି।
ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ୱେଷ୍ଟଇଣ୍ଡଇଜ୍କୁ ୨୨୪ ରନ୍ ଦରକାର ଅଛି।
Advertisment ଭାରତ ପାଇଁ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ।
କିନ୍ତୁ ଆରମ୍ଭରୁ ଦଳ ବିପର୍ଯ୍ୟୟ ଦେଖାଯାଇଥିଲା।
ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନ ମାତ୍ର ୬ଟି ବଲ୍ ଖେଳି ପାରିଥିଲେ, ଯେଉଁଥିରୁ ସେ ୩ ରନ୍ ସଂଗ୍ରହ କରିଥିଲେ।
ତେବେ ଭାରତ ୭ ରନ୍ରେ ପ୍ରଥମ ଏବଂ ୧୧୫ ରନ୍ରେ ଦ୍ବିତୀୟ ୱିକେଟ୍ ହରାଇଥିଲଶ।
ଦ୍ବିତୀୟ ୱିକେଟ୍ ପାଇଁ ଅଭିଷେକ ଶର୍ମାଙ୍କ ସହିତ ଈଶାନ କିଶନ ଶତକୀୟ ଭାଗିଦାରୀ (୧୦୮ ରନ୍) କରିଥିଲେ।
ଈଶାନ କିଶନ ୧୮ଟି ବଲ୍ ଖେଳି ୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୭ ରନ୍ ସଂଗ୍ରହ କରିଥିଲେ।
କିନ୍ତୁ ଭାରତ ୧୧୭ ରନ୍ରେ ଅଧିନାୟକ ଶ୍ରେୟସ ଆୟରଙ୍କୁ ହରାଇଥିଲା।
ଆୟର ଏକ ରନ୍ ଯୋଡ଼ିପାରିଥିଲେ।
ଭାରତ ପାଇଁ ଅଭିଷେକ ଶର୍ମା ସର୍ବାଧିକ ବ୍ୟକ୍ତିଗତ ସ୍କୋର ୬୯ ରନ୍ ସଂଗ୍ରହ କରିଥିଲେ।
ସେ ୩୦ଟି ବଲ୍ ଖେଳି ୬ଟି ଚୌକା ଏବଂ ୫ଟି ଛକା ମାରିଥିଲେ।
ଯୁବ ବ୍ୟାଟର ତିଲକ ବର୍ମା ୨୮ ରନ୍, ନମନ ଧୀର ୧୦ ରନ୍, ନିତିଶ କୁମାର ରେଡ୍ଡୀ ୨୧ ରନ୍, ଅକ୍ଷର ପଟେଲ ୨୦ ରନ୍ ସଂଗ୍ରହ କରିଥିଲେ।
Cricket: କ୍ରିକେଟ୍ ପାଇଁ ନାନାଙ୍କ ପାଗଳପଣ; ବିରାଟ ଆଉଟ୍ ହେଲେ ଛାଡ଼ି ଦେଉଥିଲେ ଖାଇବା ଅର୍ଶଦୀପ ସିଂହ ୧୧ ରନ୍ ଏବଂ ପ୍ରିନ୍ସ ଯାଦବ ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ।
ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ୍, ଶମର ଜୋସେଫ ଏବଂ ଶମସର ସ୍ପ୍ରିଙ୍ଗରଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା।
ସେହିପରି କିମୋ ପଲ ଏବଂ ଗୁଡ଼ାକେଶ ମୋତି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।