Drowning Incident in Puri Canal: ପୁରୀ କେନାଲରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ପାଇଁ ଅପରେସନ ଜାରି

Oct 18, 2026 - 16:06
Drowning Incident in Puri Canal: ପୁରୀ କେନାଲରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ପାଇଁ ଅପରେସନ ଜାରି

ପୁରୀ କେନାଲରେ ଗାଧୋଇବା ବେଳେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ନିକଟରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକଙ୍କ ନାଁ ଚନ୍ଦନ ଦାସ ଏବଂ ତାଙ୍କ ଘର ଭଦ୍ରକରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଚନ୍ଦନ ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ସେ ମଧୁବନ ନିକଟ ପୁରୀ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ନିଖୋଜ ଚନ୍ଦନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି। ତେବେ ନିଖୋଜ ଯୁବକଙ୍କ ଉଦ୍ଧାର ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

ପୁରୀ କେନାଲରେ ବୁଡ଼ି ଯୁବକ ନିଖୋଜ 
ବାରଙ୍ଗ ମଧୁବନ ନିକଟ କେନାଲରେ ଗାଧୋଇବା ବେଳେ ବୁଡ଼ିଗଲେ 
ନିଖୋଜ ଯୁବକ ଜଣକ ଭଦ୍ରକର ଚନ୍ଦନ ଦାସ
ଭୁବନେଶ୍ୱର ରଘୁନାଥପୁରର ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ 
ଯୁବକଙ୍କୁ ଉଦ୍ଧାର ଲାଗି ରେସକ୍ୟୁ ଅପରେସନ ଜାରି 
ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।