28 OCTOBER 2026

Welcome!

Unlock your personalized experience.
Sign Up

Drug manufacturers: କେନ୍ଦ୍ରକୁ କଡ଼ା ପ୍ରଶ୍ନ: ପୂରା ବ୍ୟବସ୍ଥା କାହିଁକି ଔଷଧ ନିର୍ମାତାଙ୍କୁ ସାହାଯ୍ୟ କରୁଛି?

Oct 28, 2026 - 05:39
Drug manufacturers: କେନ୍ଦ୍ରକୁ କଡ଼ା ପ୍ରଶ୍ନ: ପୂରା ବ୍ୟବସ୍ଥା କାହିଁକି ଔଷଧ ନିର୍ମାତାଙ୍କୁ ସାହାଯ୍ୟ କରୁଛି?

ନୂଆଦିଲ୍ଲୀ: ଦେଶରେ ଔଷଧ ଦରରେ ରହୁଥିବା ବଡ଼ଧରଣର ଅନ୍ତରକୁ ନେଇ ସୁପ୍ରିମକୋର୍ଟ ‌କେନ୍ଦ୍ର ସରକାରଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ଔଷଧ ନିର୍ମାତାଙ୍କୁ ସାହାଯ୍ୟ କରିବା ଲାଗି ଯେଭଳି ପୂରା ସିଷ୍ଟମ (ବ୍ୟବସ୍ଥା) କାମ କରୁଥିବା ଭଳି ମନେ ହେଉଛି। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉନାହିଁ କି? ସରକାର ଏହା ହେବାକୁ ଦେଉଛନ୍ତି। ସରକାରଙ୍କ ଆଖି ଆଗରେ ସବୁ କିଛି ଘଟୁଛି। ଏହା ଜାରି ରହିବା ଉଚିତ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଥିଲେ ଯେ ରିଟେଲରଙ୍କୁ ୧୫ ଟଙ୍କାରେ ବିକ୍ରି କରାଯାଉଥିବା ଔଷଧର ଏମ୍‌ଆର୍‌ପି ୨୫୦ ଟଙ୍କା ଲେଖାଯାଇଛି। ଏହି ‘ଲୁଟ୍‌’ (ଡକାୟତି) କିଭଳି ଯଥାର୍ଥ ତାହା ବୁଝାଇପାରିବେ କି ବୋଲି କୋର୍ଟ ସରକାରଙ୍କୁ କହିଥିଲେ। ଔଷଧ ଦରରେ ୨୦୦%, ୩୦୦% ବୃଦ୍ଧି କାହିଁକି କରାଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

ଔଷଧର ସର୍ବାଧିକ ଖୁଚୁରା ଦର (ଏମ୍‌ଆର୍‌ପି) ଓ ଖୁଚୁରା ବିକ୍ରେତାଙ୍କ ପାଇଁ ଦର ମଧ୍ୟରେ ରହୁଥିବା ବଡ଼ଧରଣର ଅନ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ବିକ୍ରମ ନାଥ ଓ ଜଷ୍ଟିସ୍‌ ସନ୍ଦୀପ ମେହେଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଦେଶର କମ୍ ମୁଣ୍ଡପିଛା ଆୟ ଓ ସାଧାରଣ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାର କ୍ଷମତାକୁ ବିଚାରକୁ ନ ନେଇ କେବଳ ଔଷଧ ଦାମ୍‌କୁ ଅଲଗା ଭାବରେ ଦେଖାଯାଇପାରିବ ନାହିଁ। ରୋଗୀଙ୍କୁ ବ୍ୟବସାୟ ସହିତ ତୁଳନା କର ନାହିଁ। ସ୍ବାସ୍ଥ୍ୟସେବା ସଂସ୍ଥାଗୁଡ଼ିକ ‘ଲୁଟ୍‌’ କରି ନିଜ ଖର୍ଚ୍ଚ ବହନ କରିପାରିବେ ନାହିଁ ବୋଲି କୋର୍ଟ କହିଥିଲେ।

Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା

ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ)କୁ କୋର୍ଟ ଏକ ନିଷ୍କ୍ରିୟ ସଂସ୍ଥା କହିଥିଲେ। ତେବେ  କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍‌ ଐଶ୍ବର୍ଯ୍ୟା ଭଟି କୋର୍ଟଙ୍କୁ କହିଥିଲେ ଯେ ଭାରତରେ ଔଷଧ ମୂଲ୍ୟ ବିଶ୍ବରେ ସବୁଠୁ କମ୍‌ ରହିଛି। ଏହି ମାମଲାର ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି। ଚଳିତ ମାସ ୧୨ରେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଔଷଧର ବାଣିଜ୍ୟ ମାର୍ଜିନ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ। କ୍ୟାନ୍‌ସର ‌ଔଷଧର ବାଣିଜ୍ୟ ମାର୍ଜିନ୍‌କୁ ଏମ୍‌ଆର୍‌ପିର ୩୦% ମଧ୍ୟରେ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଷୟରେ ସରକାର କୋର୍ଟଙ୍କୁ ଜଣାଇଥିଲେ। ତେବେ କୋର୍ଟ କହିଥିଲେ ଯେ ଏଥିରେ ଖୁସି ହେବାର କିଛି ନାହିଁ। ଅନ୍ୟ ଔଷଧର ମାର୍ଜିନ୍‌କୁ କାହିଁକି ସୀମିତ କରାଯାଇନାହିଁ ବୋଲି କୋର୍ଟ ସରକାରଙ୍କୁ ପାଲଟା ପ୍ରଶ୍ନ କରିଥିଲେ। କ୍ୟାନ୍‌ସର ଔଷଧର ବାଣିଜ୍ୟି ମାର୍ଜିନ୍‌କୁ ସୀମିତ କରାଯାଇଥିବାରୁ ବାର୍ଷିକ ୨୫୦୦ କୋଟି ଟଙ୍କା ସଞ୍ଚୟ ହେବା ଆକଳନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।