Drug Seizure: ୮୧୮ କିଲୋ ଗଂଜେଇ ଜବତ
"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ୨୧ ଅଗଷ୍ଟ ୨୦୨୬ରୁ ୨୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଅବକାରୀ ଓ ଏନ୍ଡିପିଏସ୍ ବିରୋଧୀ ଚଢ଼ାଉ କରାଯାଇଛି।
ଏହି ଅଭିଯାନରେ ମୋଟ ୧୭୧ଟି ମାମଲା ରୁଜୁ ହୋଇଥିବା ବେଳେ ୬ଟି ମାମଲାରେ ଅଭିଯୁକ୍ତମାନଙ୍କୁ କୋର୍ଟକୁ ପଠାଯାଇଛି।
ବିଏନଏସଏସ ଧାରା ୩୫(୩) ଅନୁଯାୟୀ ୧୦୫ଟି ନୋଟିସ୍ ମଧ୍ୟ ଜାରି କରାଯାଇଛି।
Advertisment ଅଭିଯାନ ସମୟରେ ୮୧୮ କିଲୋଗ୍ରାମ ଗଞ୍ଜେଇ ସମେତ ବିଭିନ୍ନ ନିଶାଦ୍ରବ୍ୟ ଓ ଅବୈଧ ମଦ ଜବତ କରାଯାଇଛି।
ଏନଡିପିଏସ ସମ୍ପର୍କିତ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧,୦୨,୧୦,୦୦୦ ଟଂକା ଏବଂ ନନ୍ - ଏନଡିପିଏସ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୩୮,୯୭,୯୫୫ ଟଂକା ବୋଲି ଆକଳନ କରାଯାଇଛି।
ଏଥିସହ ୪,୪୧୨ ଲିଟର ଅବୈଧ ମଦ, ୪୧,୯୨୦ ଲିଟର ୱାଶ୍, ୩୫୨ ଲିଟର ବିୟର,୨୫ ଲିଟର ବିଦେଶୀ ମଦ ଏବଂ ୧୮ ଲିଟର ତାଡ଼ି ଜବତ କରାଯାଇଛି।
ଅଭିଯାନରେ ୭ଟି ଯାନବାହନ ମଧ୍ୟ ଜବତ ହୋଇଛି।
ବେଆଇନ ମଦ ପ୍ରସ୍ତୁତି ସ୍ଥାନଗୁଡ଼ିକରେ ଚଢ଼ାଉ କରି ବିପୁଳ ପରିମାଣର ୱାସ ନଷ୍ଟ କରାଯାଇଥିବା ବେଳେ, ଗଞ୍ଜେଇ ଚାଲାଣ ଓ ବେଆଇନ ମଦ କାରବାର ବିରୋଧରେ ଅଭିଯାନକୁ ତୀବ୍ର କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।