Fire On Bus: ଡ୍ରାଇଭର ଗାଡ଼ି ନ ଅଟକାଇ କହିଲେ: ‘ମରିବାର ଥିଲେ ମର, ବସ୍ ରହିବନି’
"ନୂଆଦିଲ୍ଲୀ: ଯମୁନା ଏକ୍ସପ୍ରେସ୍ୱେରେ ଚଳନ୍ତା ବସ୍ରେ ନିଆଁ ଲାଗି ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ବସ୍ରୁ ଜଳିବା ଗନ୍ଧ ବାହାରୁଥିବା ନେଇ ଯାତ୍ରୀମାନେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ବାରମ୍ବାର ଜଣାଇଥିଲେ।
ବସ୍ ଅଟକାଇ ଯାଞ୍ଚ କରିବାକୁ ମଧ୍ୟ କହିଥିଲେ।
କିନ୍ତୁ ଅଭିଯୋଗ ଅନୁସାରେ ଡ୍ରାଇଭର ଏହାକୁ ଅଣଦେଖା କରି ବସ୍ ଚଳାଇଥିଲେ।
ନିଆଁ ଲାଗିବା ପରେ ଯାତ୍ରୀମାନେ ବସ୍ ରୋକିବାକୁ ଚିତ୍କାର କରିଥିଲେ ମଧ୍ୟ ଡ୍ରାଇଭର କହିଥିଲେ, "ମରିବାର ଥିଲେ ମର, ଆମେ ବସ୍ ରୋକିବୁ ନାହିଁ।" ଏହି ତଥ୍ୟ ଯାତ୍ରୀ ସୁନୀଲ କୁମାରଙ୍କ ଅଭିଯୋଗ ଆଧାରରେ ଜେୱର ଥାନାରେ ରୁଜୁ ଏଫ୍ଆଇଆର୍ରେ ରହିଛି।Advertisment ୯ ଜଣଙ୍କ ମୃତ୍ୟୁ, ୩ ଗିରଫ ବିହାର ନମ୍ବର ଥିବା "ରାଜ କଳ୍ପନା ଟ୍ରାଭେଲ୍ସ"ର ଏହି ସ୍ଲିପର୍ ବସ୍ ବୁଧବାର ରାତି ପ୍ରାୟ ୯ଟାରେ ଦିଲ୍ଲୀର କାଶ୍ମୀରୀ ଗେଟ୍ରୁ ଉତ୍ତରପ୍ରଦେଶର ମହୋବା ଅଭିମୁଖେ ବାହାରିଥିଲା।
ବସ୍ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ।
ରାତି ପ୍ରାୟ ୧୧ଟା ୩୦ରେ ଯମୁନା ଏକ୍ସପ୍ରେସ୍ୱେର ୩୩ କିଲୋମିଟର ନିକଟରେ ପହଞ୍ଚିବା ବେଳେ ଡ୍ରାଇଭରଙ୍କ କ୍ୟାବିନ୍ ପଟୁ ଜଳିବା ଗନ୍ଧ ଆସିଥିଲା।
ଯାତ୍ରୀମାନେ ଏହା ଜଣାଇବା ପରେ ଡ୍ରାଇଭର ଏପରି ଗନ୍ଧ ବସ୍ରେ ସାଧାରଣ ବୋଲି କହିଥିବା ଏଫ୍ଆଇଆର୍ରେ ଅଭିଯୋଗ ହୋଇଛି।
ଏହାର କିଛି ସମୟ ପରେ ଡ୍ରାଇଭରଙ୍କ ସିଟ୍ ନିକଟରୁ ହଠାତ୍ ନିଆଁ ବାହାରିଥିଲା।
ଅଭିଯୋଗ ଅନୁସାରେ, ଡ୍ରାଇଭର ଓ କଣ୍ଡକ୍ଟର ସେତେବେଳେ ମଧ୍ୟ କ୍ୟାବିନ୍ରେ ବିଡ଼ି କିମ୍ବା ସିଗାରେଟ୍ ଟାଣୁଥିଲେ।
ନିଆଁ ଦ୍ରୁତଗତିରେ ବସ୍ରେ ବ୍ୟାପିବା ସହ ଭିତରେ ଘନ ଧୂଆଁ ଭରିଯାଇଥିଲା।
ଅନେକ ଯାତ୍ରୀ ପ୍ରାଣ ବଞ୍ଚାଇବା ପାଇଁ ଚଳନ୍ତା ବସ୍ରୁ ଡେଇଁ ପଡ଼ିଥିଲେ।
ତଥାପି ୯ ଜଣ ଯାତ୍ରୀ ନିଆଁ ଓ ଧୂଆଁରୁ ବାହାରି ପାରିନଥିଲେ।
ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୮ ଜଣ ପୁରୁଷ ଥିବା ଜଣାପଡ଼ିଛି।
ଆହତମାନଙ୍କୁ ଜେୱରର କୈଳାସ ହସ୍ପିଟାଲ୍ରେ ଚିକିତ୍ସା କରାଯାଇଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣା ପରେ ଦୁଇ ଡ୍ରାଇଭର ପବନ କୁମାର ଓ ଯୋଗେଶ ଦୀକ୍ଷିତ ଏବଂ କଣ୍ଡକ୍ଟର ରୋହିତଙ୍କୁ ପୁଲିସ ଅଟକ ରଖିଛି।
ବସ୍ର ମାଲିକ ମଧ୍ୟପ୍ରଦେଶ ଛତରପୁରର ବାସିନ୍ଦା ଏବଂ ବସ୍ଟି ବିହାରର ମଧୁବନୀରେ ପଞ୍ଜୀକୃତ ଥିବା ଜଣାପଡ଼ିଛି।
ସିଏନ୍ଏନ୍, ଏମ୍ଏସ୍ ନାଓ ଓ ପଲିଟିକୋକୁ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।