Drums Of Mahua Wash Found Buried Underground: ଅବକାରୀ ବିଭାଗର ବଡ଼ ଚଢ଼ାଉ, ୮୧୦ ଲିଟର ଦେଶୀ ମଦ ଜବତ

Oct 02, 2026 - 15:43
Drums Of Mahua Wash Found Buried Underground: ଅବକାରୀ ବିଭାଗର ବଡ଼ ଚଢ଼ାଉ, ୮୧୦ ଲିଟର ଦେଶୀ ମଦ ଜବତ

ଯାଜପୁରରେ ଅବକାରୀ ବିଭାଗର ବଡ଼ ଚଢ଼ାଉ। ଶହ ଶହ ଲିଟର ଦେଶୀ ମଦ ଓ ମହୁଲ ପୋଚ ଜବତ । ମାଟିତଳେ ପୋତା ହୋଇଥିଲା ଡ୍ରମ ଡ୍ରମ ପୋଚ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗରାଜପୁର ଗାଁରେ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ଜବତ ହୋଇଛି ୮୧୦ ଲିଟର ଦେଶୀ ମଦ ଏବଂ ୭୨୦୦ କେଜି ଗୁଡ଼ ମହୁଲ ପୋଚ।

ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଅଜୟ କୁମାର ବେହେରାଙ୍କ ନିର୍ଦ୍ଦେଶରେ ହୋଇଥିଲା ଏହି ଚଢ଼ାଉ। ଜିଲ୍ଲା ମୋବାଇଲ ସ୍କ୍ୱାଡ୍ ର ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଚାଲିଥିଲା ଅଭିଯାନ। ଏଥିରେ ଯାଜପୁର ଜିଲ୍ଲା ମୋବାଇଲ ସ୍କ୍ୱାଡ୍, ଡୋଲିପୁର ଓ ସୁକିନ୍ଦା ଅବକାରୀ ଥାନାର କର୍ମଚାରୀ ସାମିଲ ହୋଇଥିଲେ। ବେଆଇନ ମଦ କାରବାର ବିରୋଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

 ଶହ ଶହ ଲିଟର ଦେଶୀ ମଦ ଜବତ
ଯାଜପୁରରେ ଅବକାରୀ ବିଭାଗର ଚଢ଼ାଉ
୮୧୦ ଲିଟର ଦେଶୀ ମଦ ଜବତ
୭୨୦୦ କେଜି ମହୁଲ ପୋଚ ଜବତ
ମଙ୍ଗରାଜପୁରରେ ମିଳିତ ଚଢ଼ାଉ
ବେଆଇନ ମଦ କାରବାର ବିରୋଧରେ କଡ଼ା ଆକ୍ସନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।