Manmohan Samal Says Amit Shah Will Find Way: ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ: ମନମୋହନ
ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗୃହମନ୍ତ୍ରୀ ଅମିତ ଶାହ ବୈଠକ ଡକାଇ ମହାନଦୀ ଜଳ ବିବାଦ ନେଇ ଆଲୋଚନା କରିଛନ୍ତି। ଏହା ସହିତ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ବୈଠକ ହୋଇଛି। ମହାନଦୀ ବିବାଦର ସ୍ଥାୟୀ ସମାଧାନ ପାଇଁ ଅମିତ ଶାହ ନିଶ୍ଚୟ ବାଟ ବାହାର କରିବେ ବୋଲି ମନମୋହନ ସାମଲ ଆଶା ପ୍ରକାଶ କରିଛନ୍ତି।
ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ପୂର୍ବ ସରକାର କେବଳ ୱାଟର କମିସନ ଆଗରେ ଧାରଣା ଦେଇଥିଲେ। ମହାନଦୀକୁ ନେଇ କୌଣସି ଯୋଜନା କରାଯାଇନଥିବା କଥା ବିଧାନସଭାରେ କହିଥିଲେ । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।...
ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା
'ଗୃହ ମନ୍ତ୍ରୀ ଅମିତ୍ ଶାହ ବୈଠକ ଡକାଇ ଆଲୋଚନା କରିଛନ୍ତି'
'ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଛି'
ସ୍ଥାୟୀ ସମାଧାନର ବାଟ ଶାହ ନିଶ୍ଚୟ ବାହାର କରିବେ- ମନମୋହନ
'ପୂର୍ବ ସରକାର କେବଳ ଓ୍ୱାଟର୍ କମିସନ ଆଗରେ ଧାରଣା ଦେଇଥିଲେ'
'ମହାନଦୀ ନେଇ କୌଣସି ଯୋଜନା କରିନଥିବା ବିଧାନସଭାରେ କହିଲେ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।