24 OCTOBER 2026

Welcome!

Unlock your personalized experience.
Sign Up

Dry Fruits: ବଜାରରୁ ଡ୍ରାଏ ଫ୍ରୁଟ୍ସ କିଣୁଛନ୍ତି କି? ସାବଧାନ! ଏମିତି ଚିହ୍ନଟ କରନ୍ତୁ ଅସଲି ଓ ନକଲି

Oct 24, 2026 - 21:02
Dry Fruits: ବଜାରରୁ ଡ୍ରାଏ ଫ୍ରୁଟ୍ସ କିଣୁଛନ୍ତି କି? ସାବଧାନ! ଏମିତି ଚିହ୍ନଟ କରନ୍ତୁ ଅସଲି ଓ ନକଲି

ଭୁବନେଶ୍ୱର: ଦେହ ପାଇଁ ଅତ୍ୟନ୍ତ ପୌଷ୍ଟିକ ଏବଂ ଜରୁରୀ ହୋଇଥିବାରୁ ଆଜିକାଲି ପ୍ରତ୍ୟେକ ପରିବାରରେ ଡ୍ରାଏ ଫ୍ରୁଟ୍ସର ବ୍ୟାପକ ବ୍ୟବହାର ହେଉଛି। କିନ୍ତୁ ବଜାରରେ ମିଳୁଥିବା ଚକଚକିଆ କାଜୁ, ବାଦାମ କିମ୍ବା କିସ୍‌ମିସ୍ ଦେଖି କିଣିବା ପୂର୍ବରୁ ଆପଣ ସାବଧାନ ହୋଇଯାଆନ୍ତୁ। ଅଧିକ ଚମକ ଏବଂ ଆକର୍ଷକ ରଙ୍ଗ ସବୁବେଳେ ଭଲ କ୍ୱାଲିଟିର ପରିଚୟ ଦେଇ ନଥାଏ। ବେଳେବେଳେ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଏଥିରେ କୃତ୍ରିମ ରଙ୍ଗ , ତେଲ ପଲିସ୍ କିମ୍ବା ମହମ ମିଶାଇଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତେବେ ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, କମ୍ ଖର୍ଚ୍ଚ ଏବଂ ସଠିକ୍ ଜ୍ଞାନ ସହିତ କିପରି ଭଲ ଡ୍ରାଏ ଫ୍ରୁଟ୍ସ ଚିହ୍ନି କିଣିବେ, ଆସନ୍ତୁ ଜାଣିବା କିଛି ସହଜ ଉପାୟ |

୧. ରଙ୍ଗ ଏବଂ ଚମକ ପ୍ରତି ଦୃଷ୍ଟି ଦିଅନ୍ତୁ:
ଦୋକାନରେ ଅଧିକ ଚମକୁଥିବା ବାଦାମ କିମ୍ବା ଏକଦମ୍ ଧଳା ଧଳା କାଜୁ ଦେଖି ଭ୍ରମିତ ହୁଅନ୍ତୁ ନାହିଁ। ପ୍ରାକୃତିକ ଡ୍ରାଏ ଫ୍ରୁଟ୍ସର ରଙ୍ଗ ସବୁବେଳେ ସ୍ୱାଭାବିକ ଏବଂ ସମାନ ରହେ। ଯଦି କୌଣସି ଜିନିଷ ଅତି ମାତ୍ରାରେ ଚମକୁଛି, ତେବେ ବୁଝିବେ ଯେ ସେଥିରେ କୃତ୍ରିମ ପଲିସ୍ ବା କଲର୍ ବ୍ୟବହାର କରାଯାଇଛି।

୨. ପଲିସ୍ ପରୀକ୍ଷା 
ଡ୍ରାଏ ଫ୍ରୁଟ୍ସରେ କୌଣସି ପ୍ରକାରର କ୍ଷତିକାରକ ତେଲ ବା କଲର୍ ଲାଗିଛି କି ନାହିଁ ତାହା ଜାଣିବା ପାଇଁ ଏକ ସହଜ ଉପାୟ ଅଛି। ଅଳ୍ପ କିଛି ଡ୍ରାଏ ଫ୍ରୁଟ୍ସକୁ ଏକ ଶୁଦ୍ଧ ସଫା ଧଳା କପଡ଼ାରେ ନେଇ ହାଲୁକା ଭାବରେ ଘଷନ୍ତୁ। ଯଦି କପଡ଼ାରେ ଅଧିକ ମାତ୍ରାରେ ରଙ୍ଗ କିମ୍ବା ତେଲ ଲାଗିଯାଏ, ତେବେ ବୁଝିବେ ସେଥିରେ ପଲିସ୍ କରାଯାଇଛି। ସମ୍ଭବ ହେଲେ ବିନା ପଲିସ୍ ହୋଇଥିବା ପ୍ରାକୃତିକ ଡ୍ରାଏ ଫ୍ରୁଟ୍ସ କିଣିବାକୁ ପ୍ରାଥମିକତା ଦିଅନ୍ତୁ।

ଆହୁରି ପଢନ୍ତୁ: Ni Striker: ଉଭୟ ଗୋଡ଼ରେ ୧ କେଜି ଆଙ୍କଲ୍ ୱେଟ୍ ପିନ୍ଧି ୬୦ ସେକେଣ୍ଡରେ ୧୪୬ ଥର ନି ଷ୍ଟ୍ରାଇକ୍, ମିଳିଲା ଇଣ୍ଡିଆ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡ୍ସ ପ୍ରମାଣପତ୍ର

୩. ସ୍ୱାଦ ଏବଂ ଗଠନ 
ଯଦି କିଣିବା ପୂର୍ବରୁ ଚାଖିବାର ସୁଯୋଗ ମିଳେ, ତେବେ ସ୍ୱାଦ ନିଶ୍ଚୟ ପରୀକ୍ଷା କରନ୍ତୁ। ତାଜା ଡ୍ରାଏ ଫ୍ରୁଟ୍ସର ସ୍ୱାଦ ମିଠା ଏବଂ ଭରପୂର ହୋଇଥାଏ। ଯଦି ଏହା ପାଟିକୁ ପୁରା ତିକ୍ତ (କଡ଼ା), ଫିକା କିମ୍ବା ବାସି ଲାଗେ, ତେବେ ଏହାକୁ କିଣନ୍ତୁ ନାହିଁ। ସେହିପରି ଖଜୁର ଏବଂ କିସ୍‌ମିସ୍ ଅଧିକ ଶୁଖିଲା ବା କଠିନ ହୋଇନଥିବା ଆବଶ୍ୟକ।

୫. ପ୍ୟାକେଜିଂ ଏବଂ ଏଫ୍ଏସ୍ଏସ୍ଏଆଇ ଲେବଲ୍ ଯାଞ୍ଚ:
ଯଦି ଆପଣ ବଜାରରୁ ପ୍ୟାକ୍ ହୋଇଥିବା ଡ୍ରାଏ ଫ୍ରୁଟ୍ସ କିଣୁଛନ୍ତି, ତେବେ ପ୍ୟାକେଟ୍ ଉପରେ ଥିବା ଲେବଲକୁ ଭଲ ଭାବରେ ପଢ଼ନ୍ତୁ। ଏଥିରେ FSSAI ଲାଇସେନ୍ସ ନମ୍ବର, ପ୍ୟାକିଂ ତାରିଖ ଏବଂ ଏକ୍ସପାଏରୀ (Expiry) ଡେଟ୍ ନିଶ୍ଚୟ ଦେଖନ୍ତୁ। ଏୟାର୍-ଟାଇଟ୍ (Air-tight) କିମ୍ବା ଭାକ୍ୟୁମ୍-ସିଲ୍ ପ୍ୟାକ୍ ଜିନିଷ ଡ୍ରାଏ ଫ୍ରୁଟ୍ସର ତାଜାପଣ ବଜାୟ ରଖିବାରେ ସାହାଯ୍ୟ କରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।