Gangasagar Mela: ପ୍ରଥମ ଗଙ୍ଗାସାଗର ମେଳା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ

Oct 24, 2026 - 21:02
Gangasagar Mela: ପ୍ରଥମ ଗଙ୍ଗାସାଗର ମେଳା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ

କୋଲକାତା: ଦୁର୍ଗା ପୂଜା ଶେଷ ହେବାପରେ ପଶ୍ଚିମବଙ୍ଗ ରେ ବିଜେପି ସରକାର ଏବେ ଏହାର ସମସ୍ତ ଫୋକସ୍‌ ୨୦୨୭ ଗଙ୍ଗାସାଗର ମେଳା ଉପରେ ରଖିଛି।

୨୦୨୬ ମେ'ରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବାପରେ ପ୍ରଥମ ଥର ପାଇଁ ଗଙ୍ଗାସାଗର ମେଳା ଆୟୋଜନ କରିବ।

ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଜେପି ଏହି କାର୍ଯ୍ୟକ୍ରମକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା ।

Advertisment ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ପ୍ରତିବର୍ଷ ଜାନୁଆରିରେ ମକର ସଂକ୍ରାନ୍ତି ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସାଗର ଆଇଲାଣ୍ଡ୍‌ରେ ହେଉଥିବା ଗଙ୍ଗାସାଗର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ।

ଶ୍ରଦ୍ଧାଳୁମାନେ ଗଙ୍ଗା ଏବଂ ବଙ୍ଗୋପ ସାଗରର ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାନ୍ତି।

ବିଜେପି ଦେଇଥିଲା ପ୍ରତିଶ୍ରୁତି ପ୍ରୟାଗରାଜରେ କୁମ୍ଭ ମେଳା ପରେ ଏହାକୁ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କର ଦ୍ବିତୀୟ ବୃହତ୍ତମ ଧାର୍ମିକ ସଭା ବୋଲି କୁହାଯାଉଛି।

କାକଦ୍ବୀପରେ ଏକ ରାଲିରେ ଉଦ୍‌ବୋଧନ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ' ଆମେ ଗଙ୍ଗାସାଗର ମେଳାକୁ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବାପାଇଁ ଆସିଛୁ।

କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ମଧ୍ୟ ଅଧିକାରୀ ବରିଷ୍ଠ ଅମଲା ଏବଂ ଶୀର୍ଷ ପୁଲିସ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି।

ଆସନ୍ତା ସପ୍ତାହରେ ସରକାର ରାଜ୍ୟ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ ବୋଲି ଆଶା କରାଯାଉଛି।

ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।