Dry scalp in winter: ଶୀତଦିନେ ଡ୍ରାଇ ସ୍କାଲ୍ପ ନା ରୂପି? କିପରି ଚିହ୍ନିବେ ଓ ଦୂର କରିବେ?
ଶୀତଦିନ ଆସିଲେ ଅନେକ ଲୋକ ମୁଣ୍ଡ ବିନ୍ଧାଉଥିବା ସମସ୍ୟା ହେଉଛି ମୁଣ୍ଡର ଚମ ଶୁଖିଯିବା କିମ୍ବା ରୂପି।
ଅଧିକାଂଶ ସମୟରେ ମୁଣ୍ଡ କୁଣ୍ଡାଇହେଲେ କିମ୍ବା ଧଳା ଗୁଣ୍ଡ ପଡ଼ିଲେ, ଆମେ ଏହାକୁ ରୂପି ଭାବି ଆଣ୍ଟି-ଡ୍ୟାଣ୍ଡ୍ରଫ୍ ସାମ୍ପୁ ବ୍ୟବହାର କରିବା ଆରମ୍ଭ କରିଦେଉ।
Advertisment ଆହୁରି ପଢ଼ନ୍ତୁ: ଆପଣଙ୍କ ସ୍କିନ୍ କେୟାର ପ୍ରଡକ୍ଟରେ ଆଲ୍କୋହଲ୍ କାହିଁକି ଥାଏ?
ଜାଣନ୍ତୁ ଏହାର ରୋଚକ ବୈଜ୍ଞାନିକ କାରଣ...
କିନ୍ତୁ ଆପଣ ଜାଣନ୍ତି କି, 'ଡ୍ରାଇ ସ୍କାଲ୍ପ' ଏବଂ 'ଡ୍ୟାଣ୍ଡ୍ରଫ୍' ଦୁଇଟି ସମ୍ପୂର୍ଣ୍ଣ ଅଲଗା ସମସ୍ୟା?
ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହିନା କୁକ୍ରେଜାଙ୍କ ଅନୁସାରେ, ଏହି ଦୁଇଟିର ସଠିକ୍ ପାର୍ଥକ୍ୟ ନଜାଣି ଭୁଲ୍ ଚିକିତ୍ସା କଲେ ସମସ୍ୟା କମିବା ବଦଳରେ ଆହୁରି ବଢ଼ିଯାଏ।
ଆସନ୍ତୁ ଜାଣିବା ଶୀତଦିନେ ଆପଣଙ୍କ ମୁଣ୍ଡର ପ୍ରକୃତ ସମସ୍ୟା କ'ଣ ଏବଂ ଏହାର ସଠିକ୍ ସମାଧାନ କିପରି କରିବେ।
୧.
ଡ୍ରାଇ ସ୍କାଲ୍ପ କ'ଣ?
ଶୀତଦିନର ଥଣ୍ଡା ପବନ, ପ୍ରଚଣ୍ଡ ଗରମ ପାଣିରେ ମୁଣ୍ଡ ଧୋଇବା, ପ୍ରତିଦିନ କଠୋର ସାମ୍ପୁ ବ୍ୟବହାର କରିବା ଦ୍ୱାରା ମୁଣ୍ଡର ଚର୍ମ ନିଜର ପ୍ରାକୃତିକ ଆର୍ଦ୍ରତା ହରାଇଥାଏ।
ଏହାର ଲକ୍ଷଣ ଛୋଟ ଛୋଟ, ଶୁଖିଲା, ଧଳା ରଙ୍ଗର ଗୁଣ୍ଡ ଝାଡ଼ି ହୋଇପଡ଼େ ଏବଂ ମୁଣ୍ଡର ଚର୍ମ ଟାଣ ଟାଣ ଅନୁଭବ ହୁଏ।
୨.
ଡ୍ୟାଣ୍ଡ୍ରଫ୍ କ'ଣ?
ମୁଣ୍ଡର ଚର୍ମରେ 'ମାଲାସେଜିଆ' ନାମକ ଏକ ପ୍ରକାର ଫଙ୍ଗସ୍ ବୃଦ୍ଧି ପାଇବା ଯୋଗୁଁ ଡ୍ୟାଣ୍ଡ୍ରଫ୍ ବା ରୂପି ହୋଇଥାଏ।
ଲକ୍ଷଣ: ଏଥିରେ ବାହାରୁଥିବା ରୂପି କିଛିଟା ତେଲିଆ, ହଳଦିଆ କିମ୍ବା ମୋଟା ହୋଇଥାଏ ଏବଂ ମୁଣ୍ଡ ଅଧିକ କୁଣ୍ଡାଇହୁଏ।
ଭୁଲ୍ ଚିକିତ୍ସାରୁ ବଞ୍ଚନ୍ତୁ: କ'ଣ କରିବେ, କ'ଣ ନାହିଁ?
ଅତ୍ୟଧିକ ତେଲ ଲଗାନ୍ତୁ ନାହିଁ: ଅନେକ ଲୋକ ମୁଣ୍ଡ କୁଣ୍ଡାଇହେଲେ ପ୍ରଚୁର ତେଲ ମାରିଦିଅନ୍ତି।
କିନ୍ତୁ ଡ୍ୟାଣ୍ଡ୍ରଫ୍ ଥିଲେ ଅଧିକ ତେଲ ଲଗାଇବା ଦ୍ୱାରା ଫଙ୍ଗସ୍ ଆହୁରି ବଢ଼ିଥାଏ, ଯାହା ସେବୋରିକ୍ ଡର୍ମାଟାଇଟିସ୍ ପରି ସମସ୍ୟା ସୃଷ୍ଟି କରିପାରେ।
ସାମ୍ପୁର ସଠିକ୍ ବ୍ୟବହାର: ଆଣ୍ଟି-ଡ୍ୟାଣ୍ଡ୍ରଫ୍ ସାମ୍ପୁରେ ଜିଙ୍କ୍ ପାଇରିଥିଓନ୍ କିମ୍ବା କେଟୋକୋନାଜୋଲ୍ ପରି ଉପାଦାନ ଥାଏ, ଯାହା ରୂପି କମାଏ।
କିନ୍ତୁ କେବଳ ଶୁଷ୍କତା ଥିବା ମୁଣ୍ଡରେ ଏହି ସାମ୍ପୁ ମାରିଲେ ତାହା ଚର୍ମକୁ ଆହୁରି ଶୁଖାଇ ଜ୍ୱଳାପୋଡ଼ା ବଢ଼ାଇଦିଏ।
ଶୀତଦିନେ କେଶର ଯତ୍ନ ନେବାର ଉପାୟ ଗରମ ପାଣି ପରିବର୍ତ୍ତେ ଉଷୁମ ପାଣି ବ୍ୟବହାର କରନ୍ତୁ: ମୁଣ୍ଡ ଧୋଇବା ପାଇଁ ବହୁତ ଗରମ ପାଣି ବଦଳରେ ହାଲୁକା ଉଷୁମ ପାଣି ବ୍ୟବହାର କରନ୍ତୁ।
ମାଇଲ୍ଡ ସାମ୍ପୁ ବାଛନ୍ତୁ: ଯଦି କେବଳ ଶୁଷ୍କତା ବା ଡ୍ରାଇ ସ୍କାଲ୍ପ ସମସ୍ୟା ଅଛି, ତେବେ ମାଇଲ୍ଡ କିମ୍ବା ହାଇଡ୍ରେଟିଂ ସାମ୍ପୁ ବ୍ୟବହାର କରନ୍ତୁ।
ସୋରିଷ କିମ୍ବା ଜୋରରେ କୁଣ୍ଡାନ୍ତୁ ନାହିଁ: କେଶକୁ ଜୋରରେ ନଖରେ କୁଣ୍ଡାଇଲେ ସଂକ୍ରମଣ ବଢ଼ିବାର ଭୟ ଥାଏ।
ଡାକ୍ତରଙ୍କ ପରାମର୍ଶ: ଯଦି କେବଳ ଡ୍ୟାଣ୍ଡ୍ରଫ୍ ଯୋଗୁଁ ଅସୁବିଧା ହେଉଛି, ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ମେଡିକେଟେଡ୍ ସାମ୍ପୁ ବ୍ୟବହାର କରନ୍ତୁ।
ଆହୁରି ପଢ଼ନ୍ତୁ: ଶୁକ୍ରବାର ଚତୁର୍ଥ ଟ୍ବେଣ୍ଟି-୨୦: ପରୀକ୍ଷାନିରୀକ୍ଷା କରିପାରେ ଭାରତ ଅଧିକ ଦେଖନ୍ତୁ:
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।