Dubai gold walkway: ସୁନା ଉପରେ ଚାଲିବେ ପର୍ଯ୍ୟଟକ! ଦୁବାଇ ତିଆରି କରୁଛି ବିଶ୍ୱର ସବୁଠୁ ଲମ୍ବା ଗୋଲ୍ଡ ୱାକ୍ ୱେ
ଦୁବାଇ ତିଆରି କରିବ ସୁନାର ରାସ୍ତା !
୨୪ କ୍ୟାରେଟ୍ ସୁନା ଉପରେ ଚାଲିବେ ଲୋକେ !୨୦୨୬ ଶେଷ ସୁଦ୍ଧା ସରିବ ଗୋଲ୍ଡ ରୋଡ୍ କାମ !
ଏଭଳି ଏକ ନିଆରା ଆକର୍ଷଣର ରାସ୍ତା ତିଆରି କରିବାକୁ ଯୋଜନା କରୁଛି ଦୁବାଇ ।
ଦୁନିଆର ସବୁଠାରୁ ଲମ୍ବା ସୁନାର ଚଲାପଥ ତିଆରି କରିବାକୁ ଯୋଜନା ରହିଛି ।
ଏହି ପ୍ରକଳ୍ପ ପୂରଣ ହେଲେ ପର୍ଯ୍ୟଟକମାନେ ଏକ ଭିନ୍ନ ଅନୁଭୂତି ପାଇପାରିବେ ।
Advertisment ରିପୋର୍ଟ ଅନୁସାରେ, ଦୁବାଇର Gold Districtରେ ୨୪ କ୍ୟାରେଟ୍ ସୁନାର ଏହି ୱାକ୍ୱେ ବା ଚଲାପଥ ତିଆରି କରିବାକୁ ଯୋଜନା ହୋଇଛି ।
୨୦୨୬ ଶେଷ ସୁଦ୍ଧା ଏହାକୁ ଖୋଲିବାର ଲକ୍ଷ୍ୟ ରଖାଯାଇଛି ।
ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ନିର୍ଦ୍ଦେଶକ ରଶିଦ ଅଲ୍ ହାରମୌଦିଙ୍କ କହିବା ଅନୁସାରେ, ଆଗାମୀ ଦୁଇ ମାସ ମଧ୍ୟରେ ଏହା ଖୋଲିବାର ଆଶା ରହିଛି ।
ତେବେ ଏହାର ନିର୍ଦ୍ଦିଷ୍ଟ ଲମ୍ବ, ନିର୍ମାଣ ଖର୍ଚ୍ଚ ଓ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ବିସ୍ତୃତ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।
କେବଳ ସୁନାର ଚଲାପଥ ନୁହେଁ, ସୁନା ଓ ଅଳଙ୍କାର ବ୍ୟବସାୟର ଏକ ବଡ଼ କେନ୍ଦ୍ର ଭାବେ ଦୁବାଇ ନିଜର ପରିଚୟକୁ ଆହୁରି ମଜଭୁତ କରିବାକୁ ଚାହୁଁଛି ।
ଦୁବାଇର ଡେଇରା ଅଞ୍ଚଳରେ ଥିବା ଗୋଲ୍ଡ ଡିଷ୍ଟ୍ରିକ୍ଟରେ ସୁନା, ଅଳଙ୍କାର, ମୂଲ୍ୟବାନ ପଥର ଓ ଦାମୀ ଘଣ୍ଟା ସମେତ ବିଭିନ୍ନ ସାମଗ୍ରୀର ବ୍ୟବସାୟ ହେଉଛି ।
ଏଠାରେ ୧,୦୦୦ରୁ ଅଧିକ ରିଟେଲ୍ ବ୍ୟବସାୟୀ ରହିଥିବା ରିପୋର୍ଟରେ କୁହାଯାଇଛି ।
Advertisment ଏହି ଯୋଜନା ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଦୁବାଇରେ ଭାରତୀୟ ପାରମ୍ପରିକ ଝୁମକା ଡିଜାଇନ୍ର ସୁନା କାନଫୁଲ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛି ।
ଏହି ସଫଳତା ଦୁବାଇର ସୁନା ଓ ଅଳଙ୍କାର ଶିଳ୍ପକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି ।
ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଦୁବାଇର ଏହି ସୁନାର ଚଲାପଥ ଉପରେ ।
ସତରେ କ'ଣ ଦୁନିଆର ସବୁଠାରୁ ଲମ୍ବା ସୁନାର ରାସ୍ତାରେ ଚାଲିବେ ଲୋକେ ?
ଏହାକୁ ଦେଖିବାକୁ ଦୁବାଇରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ କି ?
ଏସବୁ ପ୍ରଶ୍ନର ଉତ୍ତର ମିଳିବ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।