Durga puja: ମା’ ରାମାୟଣାମ୍ମା ଠାକୁରାଣୀଙ୍କ ପୀଠରେ ନିଆରା କୁଙ୍କୁମ ପୂଜା
"ଛତ୍ରପୁର (ବସନ୍ତ ମହାରଣା): ନବରାତ୍ରି ଅବସରରେ ଛତ୍ରପୁରର ଆରାଧ୍ୟ ଦେବୀ ମା" ରାମାୟଣାମ୍ମା ଠାକୁରାଣୀଙ୍କ ମନ୍ଦିର ପରିସରରେ ଦୁଇଦିନ ଧରି କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବହୁ ସଂଖ୍ୟକ ମହିଳା ଭକ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପୂଜାରେ ସାମିଲ ହୋଇଥିଲେ।Advertisment ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଛତ୍ରପୁର ମହିଳା ମଣ୍ଡଳୀର ସଦସ୍ୟାମାନେ ଆନ୍ତରିକ ସହଯୋଗ କରିବା ସହ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
ବେଦ ପଣ୍ଡିତ ତଥା ପୁରୋହିତ ଜଲ୍ଲେପଲ୍ଲୀ ହରିଗୋପାଳ ଶାସ୍ତ୍ରୀଙ୍କ ଦ୍ୱାରା ପୂଜାବିଧି ସମ୍ପନ୍ନ ହୋଇଥିଲା।
ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ମଧ୍ୟରେ ମହିଳାମାନେ କୁଙ୍କୁମ ପୂଜାରେ ସାମିଲ ହୋଇ ମା"ଙ୍କ ଆଶୀର୍ବାଦ କାମନା କରିଥିଲେ।
ମନ୍ଦିର କମିଟିର ସଭାପତି ଏସ.
ରାମ ମୋହନ ରାଓ, ସମ୍ପାଦକ ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.
ଶ୍ରୀନିବାସ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ୧୩୫ ଜଣ ମହିଳା ଏକାଠି ହୋଇ ଏହି ନିଆରା ପରମ୍ପରା କୁ ପାଳନ କରିଥିବା ଦେଖିବାକୁ ମିଳିଛି ପ୍ରଗତି କଳା କେନ୍ଦ୍ର ପକ୍ଷରୁ ଦାଣ୍ଡିଆ ନୃତ୍ୟ ପବିତ୍ର ନବରାତ୍ରୀ ଅବସରରେ ଛତ୍ରପୁର ସହରସ୍ଥିତ ସାଇ ଆଙ୍ଗନ ପରିସର ଦାଣ୍ଡିଆ ନୃତ୍ୟର ତାଳେ ତାଳେ ଉତ୍ସବମୁଖର ହୋଇଉଠିଥିଲା।
ଅଗ୍ରଣୀ ନୃତ୍ୟାନୁଷ୍ଠାନ "ପ୍ରଗତି କଳା କେନ୍ଦ୍ର" ପକ୍ଷରୁ ଆନନ୍ଦ ଓ ଉତ୍ସାହର ସହ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଛୋଟରୁ ବଡ଼ ସମସ୍ତେ ଦାଣ୍ଡିଆର ତାଳରେ ଝୁମି ଉଠିବା ସହ ସାରା ପରିବେଶ ଉତ୍ସବର ରଙ୍ଗରେ ରଙ୍ଗିନ ହୋଇପଡ଼ିଥିଲା।
ଅନୁଷ୍ଠାନର ସମ୍ପାଦକ ତଥା ମୁଖ୍ୟ ସୁଧାଂଶୁ ଶେଖର ଶତପଥୀ ଓ ଏମ୍.
ରାଧାକୁମାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବହୁ ଯୁବକ, ଯୁବତୀ, ମହିଳା ଓ ଶିଶୁ ଉତ୍ସାହର ସହ ଯୋଗଦେଇଥିଲେ।
ହାତରେ ଦାଣ୍ଡିଆ ଧରି ମନୋରମ ସଙ୍ଗୀତର ତାଳେ ତାଳେ ସାମୂହିକ ନୃତ୍ୟ ପରିବେଷଣ କରିଥିଲେ।
ଦାଣ୍ଡିଆ ନୃତ୍ୟର ତାଳ, ଲୟ ଓ ସଙ୍ଗୀତରେ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ (ଓଜେୟୁ)ର ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର ଏବଂ ଗୋପାଳପୁର ଟିପିଏସଓଡିଏଲ୍ ଏସ୍ଡିଓ ଇଞ୍ଜିନିୟର ରାଜକିଶୋର ବଲ୍ଲଭ ଓ ପୂର୍ବତନ ସରପଞ୍ଚ ପିତାମ୍ବର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
ଛାତ୍ରୀ ବସୁନ୍ଧରା ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ନବରାତ୍ରୀ ଅବସରରେ ଆୟୋଜିତ ଏହି ଦାଣ୍ଡିଆ ନୃତ୍ୟ ସମାରୋହ ଛତ୍ରପୁରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି କରିଥିଲା।
ରଣପୁରର ଆରାଧ୍ୟ ଦେବୀ ମା" ମଣିନାଗ ପୀଠ ପର୍ଯ୍ୟଟନ ସ୍ଥଳ ପାର୍ଶ୍ୱରେ ଡମ୍ପିଂୟାର୍ଡ : ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।