Durga Puja Festival: ମା’ ଦୁର୍ଗାଙ୍କ ଆଗମନ ଅପେକ୍ଷାରେ ଧରାବାସୀ, ସଜେଇ ହେଉଛି ବସୁଧା

Sep 29, 2026 - 09:33
Durga Puja Festival: ମା’ ଦୁର୍ଗାଙ୍କ ଆଗମନ ଅପେକ୍ଷାରେ ଧରାବାସୀ, ସଜେଇ ହେଉଛି ବସୁଧା

"ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ଚଳଚଞ୍ଚଳ ହୋଇଉଠିଛି ସାରା ପୃଥିବୀ।

ମା" ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି ଧରାବାସୀ।

ଶରତର ନିର୍ମଳ ଆକାଶ, ଧଳା କାଶତଣ୍ଡୀର ଦୋଳି ଓ ଶିଶିରଭିଜା ସକାଳ ପରିବେଶକୁ କରୁଛି ଅଧିକ ମନୋରମ।

ପ୍ରକୃତି ଯେପରି ମା"ଙ୍କ ଆଗମନ ପାଇଁ ନିଜକୁ ସଜେଇ ନେଉଛି।

ଦୁର୍ଗାପୂଜା ଆସିବା ପୂର୍ବରୁ ସହରଠାରୁ ଗାଁ ଯାଏଁ ଆରମ୍ଭ ହୋଇଛି ପ୍ରସ୍ତୁତି।

Advertisment ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ସାଜସଜ୍ଜା କାମ।

କେଉଁଠି ତୋରଣ ନିର୍ମାଣ ଚାଲିଛି ତ କେଉଁଠି ଆଲୋକମାଳାରେ ଝଲସିବାକୁ ପ୍ରସ୍ତୁତ ହେଉଛି ପୂଜାମଣ୍ଡପ।

ମା"ଙ୍କ ମୃଣ୍ମୟୀ ପ୍ରତିମାରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଶିଳ୍ପୀ।

ମା" ଦୁର୍ଗାଙ୍କ ଆଗମନକୁ ନେଇ ଛୋଟଠାରୁ ବଡ଼ ସମସ୍ତଙ୍କ ମନରେ ଉତ୍ସାହ।

ନୂଆ ପୋଷାକ କିଣାଠାରୁ ଆରମ୍ଭ କରି ଘର ସଫାସୁତରା ଓ ସାଜସଜ୍ଜା ପର୍ଯ୍ୟନ୍ତ ଚାଲିଛି ପ୍ରସ୍ତୁତି।

ପୂଜା ଦିନଗୁଡ଼ିକରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ମଣ୍ଡପ ବୁଲିବା, ମା"ଙ୍କ ଦର୍ଶନ କରିବା ଏବଂ ମେଳାର ମଜା ନେବା ପାଇଁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

କେବଳ ଧାର୍ମିକ ଆସ୍ଥା ନୁହେଁ, ଦୁର୍ଗାପୂଜା ଆମ ସଂସ୍କୃତି ଓ ପରମ୍ପରାର ମଧ୍ୟ ଏକ ଅବିଚ୍ଛେଦ୍ୟ ଅଂଶ।

ଉତ୍ସବମୁଖର ହେଲାଣି ଧରାପୃଷ୍ଠ ପୂଜାମଣ୍ଡପରେ ମନ୍ତ୍ରଧ୍ୱନି, ଢୋଲ ଓ ଘଣ୍ଟଘଣ୍ଟାର ଶବ୍ଦ ପରିବେଶକୁ ଭକ୍ତିମୟ କରିଥାଏ।

ବିଭିନ୍ନ ସ୍ଥାନରେ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳା ଆୟୋଜନ ହେବାରୁ ପୂଜାର ଉତ୍ସାହ ଆହୁରି ବଢ଼ିଥାଏ।

ଶରତ ଋତୁର ଆଗମନ ସହ ଯେପରି ପ୍ରକୃତି ନୂଆ ରୂପରେ ସଜେଇ ହୋଇଛି, ସେହିପରି ମା"ଙ୍କ ସ୍ୱାଗତ ପାଇଁ ସଜେଇ ହେଉଛି ବସୁଧା।

ଭକ୍ତଙ୍କ ମନରେ ଭକ୍ତି ଓ ଉତ୍ସାହ, ଚାରିଆଡ଼େ ପୂଜାର ପ୍ରସ୍ତୁତି ସବୁକିଛି ମିଶି ସୃଷ୍ଟି କରିଛି ଏକ ମନୋରମ ପରିବେଶ।

ଏବେ ଅପେକ୍ଷା କେବଳ ସେହି ଶୁଭ ମୁହୂର୍ତ୍ତକୁ, ଯେବେ ଧରାପୃଷ୍ଠକୁ ବିଜେ କରିବେ ମା" ଦୁର୍ଗା।

ଗଳିକନ୍ଦିରେ ଆରମ୍ଭ ହେଲାଣି ମୂର୍ତ୍ତି ନିର୍ମାଣ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।