Durga Puja Festivities Sweep Odisha: ଗାଁରୁ ସହର ଜମୁଛି ପାର୍ବଣ ମାହୋଲ, ମାଆଙ୍କ ଆଗମନରେ ଭକ୍ତିମୟ ପରିବେଶ

Oct 18, 2026 - 22:17
Durga Puja Festivities Sweep Odisha: ଗାଁରୁ ସହର ଜମୁଛି ପାର୍ବଣ ମାହୋଲ, ମାଆଙ୍କ ଆଗମନରେ ଭକ୍ତିମୟ ପରିବେଶ

ଜମୁଛି ପାର୍ବଣର ମାହୋଲ । ଘରେ ଘରେ ପୂଜାର ଧୂନ । ଗାଁରୁ ସହର ସବୁଠି ପୂଜାର ଉତ୍ସାହ। ମାଆଙ୍କ ଆଗମନରେ ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମନରେ ଅସୀମ ଉତ୍ସାହ । ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି। ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କ ମହାସ୍ନାନ ପରେ ଚକ୍ଷୁଦାନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି। 

ମା’ ଦୁର୍ଗାଙ୍କ ପୂଜା ପାଇଁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।